ପୋଲିସ ସୂଚନାଦାତା ସନ୍ଦେହରେ ଜଣଙ୍କର ଜୀବନ ନେଲେ ମାଓବାଦୀ

ଧର୍ମଗଡ଼୨୫/୧୧:ପୋଲିସଇନଫର୍ମର (ସୂଚନାଦାତା) ସନ୍ଦେହରେ ଜଣକୁ ହତ୍ୟା କଲେ ଲାଲ ବାହିନୀ l କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ପଞ୍ଚାୟତର ତଲପଞ୍ଚକୁଲ ଗାଁରେ ଏପରି ଘଟଣା ହୋଇଛି।  ଲାଲବତି ମାଝୀ ନାମକ ଗ୍ରାମବାସୀ ଙ୍କୁ ରାତି ଅଧରେ ମାଓବାଦୀ ଘରୁ ଉଠାଇ ନେଇ ତଣ୍ଟି କାଟି ହତ୍ୟା କରିଛନ୍ତି। ଘଟଣା ସ୍ଥଳରେ ସେମାନେ ମାଓ ପୋଷ୍ଟର ମଧ୍ୟ ଛାଡି ଯାଇଛନ୍ତି ମାଓବାଦୀ l

ମାଓ ପୋଷ୍ଟରରେ ଟଙ୍କା ଲୋଭରେ ମାଓ ସଂଗଠନ ର ସବୁ ଖବର ପୋଲିସକୁ ଦେଉ ଥିବାରୁ ଏହିଭଳି ହତ୍ୟା ହୋଇଥିବା ଲେଖାଯାଇଛି। ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ଏବଂ ଏସଓଜିର ମିଳିତ ଟିମ ପହଞ୍ଚି ତଦନ୍ତ କରୁଛନ୍ତି। ଏପରି ଅପରାଧିକ କାଣ୍ଡ ପରେ କଳାହାଣ୍ଡି ପୋଲିସ, ଏସଓଜି, ଡିଭିଏସ ଟିମ ପହଞ୍ଚି ସେହି ଅଞ୍ଚଳରେ କମ୍ବିଙ୍ଗ ଅପରେସନ ଜୋରଦାର କରିଛନ୍ତି l ଗତକାଲି ବା ଗୁରୁବାର ରାତିରେ ବିଜିଏନ ମାଓ ସଂଗଠନର ୩ ଜଣ ଆସି ହତ୍ୟା କରି ଥିବା କଳାହାଣ୍ଡି ଏସପି କହିଛନ୍ତି l

Spread the love