ଆତ୍ମସମର୍ପଣ କଲେ ୧୮୦ ମାଓ ସମର୍ଥକ

ଚିତ୍ରକୋଣ୍ଡା, ୧୧/୦୬: ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ପଞ୍ଚାୟତରେ ୧୮୦ ମାଓବାଦୀ ମିଲିସିଆ ଆତ୍ମସମର୍ପଣ କରିଛନ୍ତି । ଡାବୁଗୁଡା, ଧାକୋଡ଼ପଦର, ଆର୍ଲିଙ୍ଗପୋଡା ଆଦି ଅଞ୍ଚଳର ସବୁ ଗ୍ରାମବାସୀ ପୂର୍ବରୁ ମାଓ ସଙ୍ଗଠନ ପାଇଁ କାମ କରି ଆସୁଥିଲେ । ଯନ୍ତ୍ରୀ ଅଞ୍ଚଳରେ BSF କ୍ୟାମ୍ପ ସ୍ଥାପନ ପରେ ମାଓବାଦୀଙ୍କ ଗଡ ଭୁଶୁଡି ପଡିଲା । ଯାହା ଫଳରେ ଅଞ୍ଚଳରେ ହେଉଥିବା ବିକାଶକୁ ଦେଖି ଆଜି ସେମାନେ ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ଏବଂ ଏହି ତିନି ଗ୍ରାମର କିଛି ପୁରୁଷଙ୍କୁ ମାଓବାଦୀ ଦେଇଥିବା ୟୁନିଫର୍ମକୁ ନିଆଁରେ ଜାଳି ଦେଇଥିଲେ ଯୁବକ ମାନେ । ଚିତ୍ରକୋଣ୍ଡା SDPO, ବିଡିଓ ଚିତ୍ରକୋଣ୍ଡା, ଯୋଡ଼ାଆମ୍ବ ଥାନା ଅଧିକାରୀଙ୍କ ସାମ୍ନାରେ ୧୮୦ ଜଣ ମାଓ ସମର୍ଥକ ଆତ୍ମ ସମର୍ପଣ କରିଥିଲେ ।

Spread the love