ଦୁର୍ଦ୍ଦାନ୍ତ ମାଓବାଦୀ ଲାଳସୁ ଲାପକାର ଆତ୍ମସମର୍ପଣ
କଳାହାଣ୍ଡି ୦୧।୦୫ : ଦୁର୍ଦ୍ଦାନ୍ତ ମାଓବାଦୀ ଲାଳସୁ ଲାପକା ଆତ୍ମସମର୍ପଣ । କଳାହାଣ୍ଡି ଏସ୍ପି ଏମ୍ ଶ୍ରବଣା ବିବେକ ଏବଂ ଡିଆଇଜିଙ୍କ ଉପସ୍ଥିତିରେ କଲେ ଆତ୍ମସମର୍ପଣ । ଲାଳସୁ ବହୁ ହିଂସାକାଣ୍ଡରେ ସାମିଲ ଥିବା ସୂଚନା ।
ଖବର ଅନୁଯାୟୀ, ମାଓବାଦୀ ଲାଳସୁର ବୟସ ୩୦ ବର୍ଷ ହୋଇଥିବା ବେଳେ ୨୦୦୯ ମସିହାରେ ସେ ମାଓ ସଂଗଠନରେ ଯୋଗ ଦେଇଥିଲେ । ସେ ୨ ବର୍ଷ ହେବ ଛତିଶଗଡ଼ରେ ରହିବା ପରେ ୨୦୧୧ରେ ଓଡିଶା ଆସିଥିଲେ । ଗତ ୧୧ ବର୍ଷ ଧରି ଓଡିଶାରେ କାମ କରୁଥିଲେ । ଏପିରିକି ସେ ଛତିଶଗଡ଼ ଏରିଆ କମିଟିର ସେକ୍ରେଟାରୀ ମଧ୍ୟଥିଲେ । ତାଙ୍କ ଘର ଗଙ୍ଗଲୋର ଥାନା ଛତିଶଗଡ଼ର ବୋଲି ସୂଚନା ମିଳିଛି। ପୂର୍ବରୁ ସେ ବିଭିନ୍ନ ମାଓବାଦୀ ସଂଗଠନ ସହ ସକ୍ରିୟ ରହିଥିବା ବେଳେ ତାଙ୍କ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ରହିଥିଲା । କଳାହାଣ୍ଡିର ବିଭିନ୍ନ ମାଓବାଦୀ ଘଟଣା ଯେପରି ୨୦୧୬ରେ ମନାସ୍କା, ୨୦୧୭ରେ ଭଟାଙ୍ଗପଦର, ୨୦୧୯ରେ ତୁର୍କେ, ୨୦୧୯ରେ କୋଟଲ ଘାଟି ଏବଂ ୨୦୨୦ରେ ଶୋଷପଦର ଘଟଣାରେ ସମ୍ପୃକ୍ତ ଥିଲେ ନେଇ ଡ଼ିଆଇଜି ସୂଚନା ଦେଇଛନ୍ତି ।