ଆଜିଠୁ ଅଗଷ୍ଟ ୩ ଯାଏ ମାଓବାଦୀଙ୍କ ସହିଦ ସପ୍ତାହ

(ସତ୍ୟଦ୍ରଷ୍ଟା): ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ । ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳିବେ ମାଓବାଦୀ । ଗାଁରେ ଗାଁରେ ସହିଦ ସ୍ତମ୍ଭ ନିର୍ମାଣ କରି ମୃତ ମାଓବାଦୀଙ୍କୁ ଲାଲସଲାମ ଦେଇଥାନ୍ତି ମାଓବାଦୀ । ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ମାଓବାଦୀମାନେ ଅନେକ ସହିଦ ସ୍ତମ୍ଭ ନିର୍ମାଣ କରିଛନ୍ତି । ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଓ ତୁଳସୀ ପାହାଡରେ ମାଓବାଦୀ ବେଶ ସକ୍ରିୟ ଥାଆନ୍ତି । ତେଣୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସହିଦ୍‌ ସପ୍ତାହ ପାଳନ ପାଇଁ ମାଓବାଦୀଙ୍କ ପକ୍ଷରୁ ଗତକାଲି ଏକ ଅଡିଓ ଟେପ୍‌ ଜାରି ହୋଇଥିଲା।

Spread the love