ପରଲୋକରେ ଜିଫ୍ ପ୍ରତିଷ୍ଠାତା

ନୂଆଦିଲ୍ଲୀ ୨୫/୦୩:  ଜିଫ୍ ଫଟୋ ବା ଫାଇଲର ପ୍ରତିଷ୍ଠାତା ଷ୍ଟିଫେନ୍ ଓ୍ୱିଲହାଇଟ୍ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ୧୯୮୭ରେ ଜିଫ୍ ଫାଇଲ ତିଆରି କରିଥିଲେ । ତେବେ ଆମେରିକାରେ ରହୁଥିବା ଷ୍ଟିଫେନ୍ ଗତ ୧୪ ତାରିଖରେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ । ଏନେଇ ତାଙ୍କ ପତ୍ନୀ ବୁଧବାର ସୂଚନା ଦେଇଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା  ।

କୋଭିଡ୍ ସଂକ୍ରମିତ ହେଲା ପରେ ଆମେରିକାର ଓହିୟୋ ପ୍ରାନ୍ତରେ ଥିବା ମିଲଫୋର୍ଡରେ ଷ୍ଟିଫେନଙ୍କ ଚିକିତ୍ସା ଚାଲିଥିଲା ।କିନ୍ତୁ ସେ କୋମାକୁ ଚାଲି ଯାଇଥିଲେ । କିନ୍ତୁ ଡାକ୍ତରଙ୍କ ଶତଚେଷ୍ଟା ସତ୍ତ୍ୱେ ସେ ବଞ୍ଚିନଥିଲେ । ମୃତ୍ୟୁବେଳକୁ ତାଙ୍କ ନିକଟରେ ପତ୍ନୀ କ୍ୟାଥେଲିନ୍, ୫ ପୁଅ, ୧୧ ନାତି ନାତୁଣି ଓ ୩ ଅଣନାତି-ନାତୁଣୀ ରହିଥିଲେ ।

୨୦୧୩ରେ ବେବି ଲାଇଫ୍ ଟାଇମ୍ ଆଚିଭମେଣ୍ଟ୍ ପୁରସ୍କାର ନେବା ବେଳେ ଷ୍ଟିଫେନ୍ କହିଥିଲେ ଯେ, ଜିଫ୍ ଜି ଅକ୍ଷରରୁ ଆରମ୍ଭ ହୋଇଥିଲେ ମଧ୍ୟ ଜେଡ୍ ଅକ୍ଷରରୁ ଆରମ୍ଭ ହେଲା ଭଳି ଉଚ୍ଚାରଣ କରାଯିବା ଦରକାର । ଏହାସହ ସେ ଅକ୍ସଫୋର୍ଡ ଡିକସନାରୀରେ ଏହାର ଅର୍ଥ ଓ ଉଚାରଣକୁ ଭୁଲ ବୋଲି ଦର୍ଶାଇଥିଲେ ।

ବିବାଦରେ ଜିଫ୍ ବା ଗିଫ୍

ଜିଫ୍‌କୁ କଣ ପାଇଁ ଗିଫ୍ କୁହାଯାଉ ନାହିଁ ବୋଲି ସର୍ବଦା ବିବାଦ ଉଠେ । କାରଣ ଏହା ଜିରୁ ଆରମ୍ଭ ହୋଇଛି । ଏହି ବିବାଦ ୧୯୮୭ରୁ ଆରମ୍ଭ ହୋଇଥିଲା । ଜିଫର ଲୋକପ୍ରିୟତାକୁ ଦେଖି ୨୦୧୨ରେ ଆମେରିକୀୟ ଡିକ୍ସନାରୀ ଅକ୍ସଫୋର୍ଡ ଶବ୍ଦକୋଷରେ ଏହା ସ୍ଥାନ ପାଇଥିଲା । ଏଠାରେ ଉଭୟ ଜିଫ୍ ଓ ଗିଫ୍ ଶବ୍ଦକୁ ସଠିକ୍ ବୋଲି କହିଥିଲା ଡିକ୍ସନାରୀ ।

Spread the love