IASଙ୍କ ବିବାହ

ନିକଟରେ IAS ଟିନା ଡାବି ଓ IAS ପ୍ରଦୀବ ଗାୱାଣ୍ଡେଙ୍କ ବିବାହ ଖବର ସାମ୍ନାକୁ ଆସିଥିଲ। ମଧ୍ୟପ୍ରଦେଶ  କ୍ୟାଡର ଆଇଏଏସ୍ ଅଫିସର ଶୈଳବାଳା ମାର୍ଟିନ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ତେବେ ଏହି  ବିବାହ ଟିକେ ନିଆରା। ସଂପର୍କ ଭଲ ପାଇବା ଆଉ ଏବେ ବିବାହ ନିଷ୍ପତ୍ତି। ଆହୁରି ବଡ କଥାଟି ହେଲା ବର ଓ କନିଆ ଉଭୟଙ୍କ ବୟ ୫୦ ଉପରେ।

ଶୈଳବାଳା ମାର୍ଟିନ ମୂଳତଃ ଇନ୍ଦୋରର ବାସିନ୍ଦା। ଖ୍ରୀଷ୍ଟିଆନ ପରିବାରର। ୨୦୦୯ ବ୍ୟାଚ୍ର ସେ IAS ଅଫିସର। ସାଧାରଣ ପ୍ରଶାସନ ବିଭାଗରେ ଅତିରିକ୍ତ ସଚିବ ଭାବରେ ସେ ଅବସ୍ଥାପିତ। ୫୬ ବର୍ଷିୟା ଶୈଳବାଳା ମାର୍ଟିନ କିନ୍ତୁ ଥିଲେ ଅବିବାହିତ। ଆଉ ୫୭ ବର୍ଷିୟ ସାମ୍ବାଦିକ ରାକେଶ ପାଠକଙ୍କ ସହ ତାଙ୍କର ପ୍ରେମ ହୋଇଯାଇଛି।

ଦୁଇ ବର୍ଷ ପୂର୍ବେ ଶୈଳବାଳା- ରାକେଶଙ୍କର ଭେଟ ହୁଏ ଏକ ଟିଭି ଡିବେଟ ସୋରେ। ଡିବେଟ୍‌ ସୋରେ ରାକେଶଙ୍କ କଥା ଶୈଳବାଳାଙ୍କୁ ପ୍ରଭାବିତ କରିଥିଲା।  ଏହା ପରେ ଦୁହିଁଙ୍କ ମଧ୍ୟରେ ହେଲା ବନ୍ଧୁତା। ବଢିଲା ସମ୍ପର୍କ। ଧୀରେ ଧୀରେ ସମୟ ବିତିବା ସହ ବନ୍ଧୁତା ନେଲା ପ୍ରେମ ରୂପ । ଏବେ ଦୁହେଁ ବିବାହ କରିବାର ନିଷ୍ପତ୍ତି ନେଇଛନ୍ତି।

ଶୈଳବାଳାଙ୍କର ଏହା ପ୍ରଥମ ବିବାହ କିନ୍ତୁ ରାକେଶଙ୍କର ଦ୍ବିତୀୟ। ୨୦୧୫ରେ ରାକେଶଙ୍କ ପ୍ରଥମ ପତ୍ନୀଙ୍କର କ୍ୟାନସରରେ ଦେହାନ୍ତ ହୋଇଛି। ପତ୍ନୀଙ୍କ ବିୟୋଗର ୭ ବର୍ଷ ପରେ ଦ୍ବିତୀୟ ବିବାହ କରିବାର ନିଷ୍ପତ୍ତି ନେଇଛନ୍ତି ରାକେଶ। ହିନ୍ଦୁ ବ୍ରାହ୍ମଣ ଧର୍ମର ରାକେଶଙ୍କର ୨ ଝିଅ ଅଛନ୍ତି।

ସତରେ ପ୍ରେମ କେତେବେଳେ କାହାର କାହା ସଙ୍ଗେ ହୁଏ ତାହା ବୁଢିବା କଷ୍ଟ। କିନ୍ତୁ ଏହା ସତ ମନ-ହୃଦୟ ମିଳିଲେ ହିଁ ସୃଷ୍ଟି ହୁଏ ପ୍ରେମ। ସେଥିରେ ନଥାଏ ବୟସ, ଧର୍ମ କି ଜାତି। ଶୈଳବାଳା -ରାକେଶ ସେମିତି ଦୁଇଟି ପ୍ରେମ ପକ୍ଷୀ।

Spread the love