ବିବାହିତା ମହିଳାମାନେ ନିଜର ଏହିସବୁ ଜିନିଷ କେବେ କାହାକୁ ଦେବା ଅନୁଚିତ

ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଏଭଳି ଅନେକ ଜିନିଷ ମହିଳାମାନେ ଅନ୍ୟକୁ ଦେଇ ଦେଇ ଥାଆନ୍ତି , ଯାହାକି ଶାସ୍ତ୍ର ଅନୁସାରେ ଦେବା ଉଚିତ୍ ନୁହେଁ । କିନ୍ତୁ ବେଳେବେଳେ ତାହା ନାରୀ ମାନେ ଅନ୍ୟ ଜଣେ ନାରୀକୁ ଦେଇ ଦେଇ ଥାଆନ୍ତି । ଏହା ବୈବାହିକ ଜୀବନ ଉପରେ ଖରାପ ପ୍ରଭାବ ପକାଇ ଥାଏ ।

– ହିନ୍ଦୁ ଧର୍ମରେ ଜଣେ ସଧବା ନାରୀ ପାଇଁ ସିନ୍ଦୂର ସବୁଠୁ ମୂଲ୍ୟବାନ ଅଟେ ।

କାରଣ ଏହା ଗୋଟିଏ ନାରୀର ସୌଭାଗ୍ୟ ବୃଦ୍ଧି କରିଥାଏ । ତେଣୁ ନାରୀ ମାନେ କଦାପି ନିଜର ସିନ୍ଦୂର ଅନ୍ୟ ଗୋଟିଏ ନାରୀକୁ ଦେବା ଉଚିତ୍ ନୁହେଁ । ଏହାଦ୍ବାରା ସୌଭାଗ୍ୟ ପ୍ରାପ୍ତିର ବାଧା ହୋଇଥାଏ ।

ମହିଳା ମାନେ ନିଜର ବିବାହ ବସ୍ତ୍ର ଓ ବିବାହ ସମୟରେ ପିନ୍ଧିଥିବା ଓଢନୀ କାହାକୁ ଦେବା ଉଚିତ୍ ନୁହେଁ । ଏପରି କରିବା ଦ୍ବାରା ଦାମ୍ପତ୍ୟ ଜୀବନ ରେ ଝଡ ସୃଷ୍ଟି ହୋଇଥାଏ ଏବଂ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ରେ ବାଧା ସୃଷ୍ଟି ହୋଇଥାଏ ।

– ବିବାହିତା ମହିଳା ମାନେ ନିଜର ପିନ୍ଧା ଚୁଡ଼ି ଓ ଶଙ୍ଖା କୁ କାହାକୁ ପିନ୍ଧିବାକୁ ଦେବା ଉଚିତ୍ ନୁହେଁ । ଯଦି ଆପଣ କାହାକୁ ଚୁଡ଼ି ଦେବାକୁ ଚାହୁଁଛନ୍ତି ତେବେ ନୂଆ ଚୁଡ଼ି ଦିଅନ୍ତୁ । ପିନ୍ଧା ଚୁଡ଼ି ଅନ୍ୟକୁ ପିନ୍ଧିବାକୁ ଦେବା ଦ୍ଵାରା ସ୍ଵାମୀଙ୍କ ଜୀବନ ରେ ନକାରାତ୍ମକ ଶକ୍ତି ର ଆଗମନ ହୋଇଥାଏ।

– ଅନେକ ସମୟରେ ଆମେ ଅନ୍ୟର ଲଗାଇଥିବା ବିନ୍ଦି କୁ ନିଜ ମୁଣ୍ଡରେ ଲଗାଇ ଦେଇଥାଉ । ଏପରି କରିବା ଦ୍ବାରା ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳହ ଦେଖା ଦେଇଥାଏ ।

– ବିବାହିତା ମହିଳା ମାନେ ଅଳିତା ଲଗାଇବା ଦ୍ଵାରା ସ୍ବାମୀ ଦୀର୍ଘାୟୁ ହୋଇ ଥାଆନ୍ତି, କିନ୍ତୁ ନିଜର ସାବିତ୍ରୀ ପୂଜାରେ ବ୍ୟବହୃତ ହୋଇଥିବା ଆଳିତା କୁ ଅନ୍ୟ ମହିଳାଙ୍କୁ ଲଗାଇବାକୁ ଦେଲେ ଦାମ୍ପତ୍ୟ କଳହ ଦେଖା ଦେଇଥାଏ ଓ ସ୍ବାମୀ ଙ୍କ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡିଥାଏ ।

Spread the love