ଆଜି ସାବିତ୍ରୀ ବ୍ରତ

ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା। ଓଡ଼ିଆ ଘରର ପରମ୍ପରା ଅନୁସାରେ ସଧବା ମହିଳାମାନେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପଳନ କରିଥାନ୍ତି। ଜ୍ୟେଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ। ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମାଆ ସାବିତ୍ରୀ। ମହିଳାମାନେ ମନ୍ଦିରରେ ମାଆ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରିବା ସହ ସ୍ୱାମୀଙ୍କ ଦୀର୍ଘ ଆୟୁଷ ପାଇଁ ଏହି ବ୍ରତ କରିଥାନ୍ତି। ନୂଆ ଶାଢି, ନାଲି ଶଙ୍ଖା, ସିନ୍ଦୁର, ଫଳମୂଳ ଆଦି ପୂଜା କରିଥାନ୍ତି। ସାବିତ୍ରୀଙ୍କ ଭକ୍ତି ଓ ନିଷ୍ଠା ସତ୍ୟବାନଙ୍କୁ କିପରି ମୃତ୍ୟୁ କବଳରୁ ଫେରାଇ ଆଣିଥିଲେ ତାହା ଏହି ବ୍ରତର ମହତ୍ତ୍ୱ। ସାବିତ୍ରୀ ବ୍ରତ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠ। ଭୋରରୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ନୀତିକାନ୍ତି ଚାଲିଛି। ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

Spread the love