ବିବାହ ଶୋଭାଯାତ୍ରାରେ ଦୁଲୁକୁଥିଲା ରାସ୍ତା, ପହଞ୍ଚିଗଲା ପୁଲିସ୍

ବରଯାତ୍ରୀଙ୍କ ନାଚଗୀତରେ ଦୁଲୁକୁଥିଲା ଗାଁ ରାସ୍ତା। ବାଜା ବାଜିବା ସହ ଫୁଟୁଥିଲା ବାଣ । ବର ବାହାରିଥିଲା କନିଆ ଘର। ବିବାହ ବେଦୀରେ ପହଞ୍ଚିବା ପୂର୍ବରୁ ପହଞ୍ଚିଗଲା ପୁଲିସ୍‌। ବିବାହ ତ’ ହେଲା, ହେଲେ ଫିକା ପଡ଼ିଗଲା ସବୁ ମଜା । ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ଗୋଳାବନ୍ଧ ଗାଁରୁ ଓଡିଆରପି କଲୋନୀ ଯାଏ ଏକ ବରଯାତ୍ରୀ ଶୋଭାଯାତ୍ରା ଯାଉଥିଲା।  ଏହି ପ୍ରୋସେସନରେ ଡିଜେର ତାଳେ ତାଳେ ଧୁମ୍‌ ମଚାଉଥିଲେ ବରଯାତ୍ରୀ।

ଶେଷରେ ପୁଲିସ୍‌ ଗାଁରେ ପହଞ୍ଚି ପଚରାଉଚରା କରିବା ପରେ ପ୍ରସୋସେନ ପାଇଁ ଅନୁମତି ଆଣି  ନ ଥିବା ତଥା କୋଭିଡ ନିୟମ ଉଲ୍ଲଘଂନ ହେଉଥିବା ଦେଖିବାକୁ ପାଇଥିଲା। ଏହାପରେ ପୁଲିସ୍‌ ଡିଜେ ମାଲିକ ଓ ଗାଡି ଡ୍ରାଇଭରଙ୍କୁ ଥାନାରେ ଅଟକ ରଖିଛି । ଖାଲି ସେତିକି ନୁହେଁ, ବର, ବରପିତା ଏବଂ କନ୍ୟାପିତାଙ୍କ ସମେତ ୫ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ଏହାପରେ ବିବାହ ତ ସମ୍ପନ୍ନ ହେଲା, କିନ୍ତୁ ସମସ୍ତଙ୍କ ମନ ଦୁଃଖରେ ଭାଙ୍ଗି ଯାଇଥିଲା।

Spread the love