ନିକଟରେ ବିବାହ କରିବାକୁ ଯାଉଛନ୍ତି କି ? ଭଲସ୍ୱାସ୍ଥ୍ୟ ପାଇଁ ନିଶ୍ଚିତ ଧ୍ୟାନରେ ରଖନ୍ତୁ ଏହି ୫ଟି ଟିପ୍ସ

(ସତ୍ୟଦ୍ରଷ୍ଟା ):  ବର୍ତ୍ତମାନ ବିବାହ ଋତୁ ଚାଲିଛି, ଯାହାକି କୌଣସି ବି ବ୍ୟକ୍ତି ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ଦିନ । କିନ୍ତୁ ଟିକିଏ ଭାବନ୍ତୁ ତ, ଯଦି ଆପଣ ଆପଣଙ୍କ ବିବାହ ଦିନ ଅସୁସ୍ଥ ହୋଇପଡ଼ିବେ, ତା’ହେଲେ କ’ଣ ହେବ? ଏହା ଭାବିଲେ ଆମେ ଚିନ୍ତିତ ହୋଇପଡ଼ିଥାଉ। ହେଲେ ବାସ୍ତବରେ, ବିବାହରେ ଏତେ ରୀତିନୀତି ଥାଏ କି, ଥକ୍କାପଣ ଆସିଯାଇଥାଏ। ତେଣୁ ଏଭଳି ସ୍ଥିତିରେ ନିଜ ସ୍ୱାସ୍ଥ୍ୟର ଯତ୍ନ ଭଲ ଭାବେ ନେବା ଉଚିତ। ଏଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ବିଷୟରେ କହିବୁ, ଯାହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେବ।

୧. ଯେତେ ହୋଇପାରିବ ନିଜକୁ ଆକ୍ଟିଭ ରଖନ୍ତୁ। ଅଧିକ ବ୍ୟାୟାମ କରନ୍ତୁ।

୨. ଦିନକୁ ଅତି ବେଶିରେ ୮ରୁ ୧୦ ଗ୍ଲାସ୍‌ ପାଣି ପିଅନ୍ତୁ।

୩. ଯେତେ ହୋଇପାରିବେ ସତେଜ ଖାଦ୍ୟ ଖାଆନ୍ତୁ। ବାସି ଖାଇବାଠୁ ଦୂରେଇ ରୁହନ୍ତୁ। କାରଣ, ଏହା ଆପଣଙ୍କ ତ୍ୱଚା ଉପରେ ଖରାପ ପ୍ରଭାବ ପକାଇପାରେ।

୪. ଯଦି ଆପଣ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି, ତା’ହେଲେ ଆଜିଠୁ ମିଠା ଜିନିଷଠାରୁ ଦୂରେଇ ରୁହନ୍ତୁ। ଚିନି ଜାଗାରେ ଆପଣ ମହୁ, ଅର୍ଗାନିକ୍‌ ଗୁଡ଼, ନଡ଼ିଆ ପାଣି, ଖଜୁରୀ ଆଦି ଖାଇପାରିବେ।

୫. ନିଜ ଖାଦ୍ୟପେୟରେ ଭିଟାମିନ୍‌-ସି ଯୁକ୍ତ ଜିନିଷ ସାମିଲ କରନ୍ତୁ।

Spread the love