EMI ଜରିଆରେ ବାହା ହୋଇ ଏହି ସୁବିଧାର ଲାଭ ଉଠାନ୍ତୁ , ଜାଣନ୍ତୁ କେଉଁଠି ହୋଇଛି ଲାଗୁ

ଏବେ ପର୍ଯ୍ୟନ୍ତ ଫୋନ କିମ୍ବା ଗାଡ଼ି ତଥା ଅନ୍ୟ କିଛି ପାଇଁ ବାଏ ନାଓ ପେ ଲେଟର ସୁବିଧା ଉପଲବ୍ଧ ରହିଛି। ଏବେ ଏକ ନୂଆ ସୁବିଧା ଲୋକମାନେ ପାଇବାକୁ ଯାଉଛନ୍ତି। ଏଥିରେ ଆପଣ ନିଜ ବାହାଘର ପାଇଁ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ। ମାନେ ଏବେ ଇଏମଆଇ ଜରିଆରେ ଆପଣ ବାହା ହୋଇପାରିବେ। ମ୍ୟାରି ନାଓ ପେ ଲେଟର ସୁବିଧା ଜରିଆରେ ଆପଣ ଏହାର ଫାଇଦା ଉଠାଇପାରିବେ। ଜାଣନ୍ତୁ ଏହାକୁ ନେଇ ଏବେ ପୂରା ଅପଡେଟ।

ଫିନଟେକ କମ୍ପାନୀ ରେଡିସନ୍‌ ହୋଟେଲ ସହ ହାତ ମିଳାଇ ଏକ ନୂଆ ଯୋଜନା ବାହାର କରିଛି। କମ୍ପାନୀର କହିବା ଅନୁଯାୟୀ ଧିରେ ଧିରେ ଏହି ସୁବିଧା ସାରା ଦେଶରେ ଉପଲବ୍ଧ ହେବ।

ଅନେକ ଜଣ ନିଜ ଗାଡ଼ି , ଫୋନ ତଥା ଫ୍ଲାଟ ଭଡ଼ା ନେଇ ପରେ ବଡ଼ ଆମାଉଣ୍ଟ ଦେଇ କିଣିବା ପାଇଁ ବାଏ ନାଓ ପେ ଲେଟର ସୁବିଧାର ବ୍ୟବହାର କରୁଥିଲେ। ଏବେ ବାହାଘର ପାଇଁ ମଧ୍ୟ ଏହି ସୁବିଧା ଲଞ୍ଚ ହୋଇଛି। ଏହି ଯୋଜନାର ନାମ Marry Now Pay Later। ପ୍ରଥମ ବ୍ୟକ୍ତି ଭାବେ କରଣ ସିଂ ଆସନ୍ତା ଜୁନରେ ନିଜ ବାହାଘର ପାଇଁ ଏହି ସୁ ବିଧାର ଫାଇଦା ଉଠାଇବାକୁ ଯାଉଛନ୍ତି। ସେ ହୋଟେଲ ରେ ରହିବା ସମୟରେ ଏକ ଆଡ୍‌ ମାଧ୍ୟମରେ ଏହା ସମ୍ପର୍କରେ ଜାଣିଥିଲେ।

ଫରିଦାବାଦରେ ରହୁଥିବା କରଣ ସିଂ ଏହା ସମ୍ପର୍କରେ ପ୍ରଥମେ ସବୁ ତଥ୍ୟ ବାହାର କରିଥିଲେ। ତାଙ୍କ କହିବା ଅନୁଯାୟୀ ସେ ନିଜ ବାହାଘର ପାଇଁ ନିଜ ପୁରା ସେଭିଂକୁ ଖର୍ଚ୍ଚ କରିବାକୁ ଚାହୁଁନାହାନ୍ତି । ତେଣୁ ସେ ଏହି ସୁବିଧାର ଫାଇଦା ଉଠାଇବାକୁ ଚାହାଁନ୍ତି। କରଣ ସିଂ ଏହି ବିଭାଗ ସହ କଥା ହୋଇ ଡିଲ ଫାଇନାଲ କରିଥିଲେ। ଏବେ ଛଅ ମାସ ପାଇଁ ତାଙ୍କୁ ୨ଲକ୍ଷ ଟଙ୍କାର ଲୋନ ମିଳିଯାଇଛି। ଏହି ସୁବିଧା ଅନ୍ତର୍ଗତ ବୋଡ଼ିଂ ସ୍ପେସ୍‌ Radisson Hotel ରେ ମିଳୁଛି। ଏଥିପାଇଁ ଟ୍ରିବଲ ଫିନଟେକ ପ୍ଲାଟଫର୍ମ ରେଡିସନ ସହ ପାର୍ଟନରସିପ୍‌ କରିଛି। ଯାହାର ଯୋଜନା ରହିଛି ଆଗାମୀ ବର୍ଷ ଭିତରେ ସାରା ଦେଶରେ ଏହି ସୁବିଧାକୁ ପହଞ୍ଚାଇବା।

ତେବେ ଏହି ସ୍କିମ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଉପଲବ୍‌ଧ ରହିଛି। ଏହାକୁ ପୂରା ଦେଶରେ ଲଞ୍ଚ କରାଯିବ। ଚଳିତ ବର୍ଷ ଶେଷରେ ଏହାକୁ ସବୁ ହୋଟେଲରେ ଉପଲବ୍‌ଧ କରାଯିବ। ଆଗାମୀ ଦିନରେ ଏହା ଉତ୍ତରପ୍ରଦେଶ, ଜୟପୁର, ଚଣ୍ଡିଗଡ଼ ଓ ପୁଣେ ସମେତ ଦେଶର ଅନ୍ୟ ସହରରେ ଲଞ୍ଚ କରାଯିବ।

MNPL କିପରି କାମ କରେ?

ଏହି ସ୍କିମ ଅନ୍ତର୍ଗତ ଯଦି କେହି ବ୍ୟକ୍ତି ମାକ୍ସିମମ ୨୫ ଲକ୍ଷ ଟଙ୍କାର ଫଣ୍ଡ ନେଉଛନ୍ତି ତେବେ ଏହାକୁ ଫେରାଇବା ପାଇଁ ୬ ରୁ ୧୨ ମାସର ସମୟ ଦିଆଯିବ। ଯଦି କେହି କଷ୍ଟମର ଏବେ ବିବାହ କରୁଛନ୍ତି ଓ ପରେ ପେମେଣ୍ଟ କରିବାର ଅପସନ ନେଉଛି ତେବେ Sankash ତାଙ୍କ ସାହାଯ୍ୟ କରନ୍ତି। ୪ ରୁ ୬ ଘଣ୍ଟାରେ ଆପ୍ରୁଭାଲ ପରେ ଟଙ୍କା କଷ୍ଟମରଙ୍କ ନାମରୁ ରେଡିସନ୍‌ କୁ ପେମେଣ୍ଟ କରିଦିଆଯାଏ। ୬ ମାସ ପାଇଁ କୌଣସି ପ୍ରକାରର ସୁଧ ନିଆଯ ।ଏ ନାହିଁ। ଯଦି ୧୨ ମାସରର ରିପେମେଣ୍ଟ ଅପସନ ଚୁଜ କରାଯାଏ ତେବେ ତାଙ୍କୁ ପ୍ରତି ମାସରେ ୧% ସୁଧ ରେ ଟଙ୍କା ଫେରସ୍ତ କରିବାକୁ ହେବ।

Spread the love