ଅଦ୍ଭୁତ ସ୍ଥାନ, ଯେଉଁଠି ମସଲା ନୁହେଁ ବାଲି ଏବଂ ମାଟି ପଡି ହୁଏ ରୋଷେଇ

ନୂଆଦିଲ୍ଲୀ ୧୩/୦୧: ଭାରତ ଏହାର ଖାଦ୍ୟକୁ ନେଇ ପ୍ରସିଦ୍ଧ । ଏଠାରେ ଅନେକ ପ୍ରକାରର ସୁସ୍ବାଦୁ ଖାଦ୍ୟ ମିଳେ।  ଏବଂ ଏହାକୁ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ମସଲାର ବ୍ୟବହାର ହୋଇଥାଏ। କିନ୍ତୁ ଆପଣ ଜାଣନ୍ତି କି ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଲୋକମାନେ ଖାଦ୍ୟରେ ମସଲା କିମ୍ବା ଲୁଣ ବଦଳରେ ବାଲି ଏବଂ ମାଟି ପକାନ୍ତି। ଇରାନର ଏଦ ଦ୍ବୀପରେ ଲୋକମାନେ ଏଭଳି କିଛି କରୁଥିବା ଜଣାପଡିଛି।

ଏହି ଦ୍ବୀପର ନାଁ  ‘ହର୍ମୁଜ’ । ଏହାକୁ ‘ଇନ୍ଦ୍ରଧନୁ ଦ୍ୱୀପ’ ମଧ୍ୟ କୁହାଯାଏ। କାରଣ ଏଠାରେ ଥିବା ମାଟି ଏବଂ ବାଲି ରଙ୍ଗୀନ ଏବଂ ପର୍ବତଗୁଡିକ ମଧ୍ୟ ଇନ୍ଦ୍ରଧନୁ ରଙ୍ଗ ପରି । କିନ୍ତୁ ଏହା ବ୍ୟତୀତ ଏହି ଦ୍ୱୀପ ଏବଂ ଏହାର ଲୋକମାନେ ଏକ ଭିନ୍ନ କାରଣ ପାଇଁ ପ୍ରସିଦ୍ଧ। ଏଠାକାର ଲୋକେ ମସଲା ବଦଳରେ ମାଟି ଓ ବାଲିରେ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି।

ବାଲି ଏବଂ ମାଟି ଖାଇବା ଶୁଣି ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ଏହାଦ୍ବାରା ସେମାନଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ହୁଏ କି ନାହିଁ। ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, ଏହି ମାଟି ଏବଂ ବାଲିରେ ବହୁତ ଲୁଣ, ଆଇରନ୍‌ ଏବଂ ମିନେରାଲ୍‌ ରହିଥାଏ। ଏହି ସବୁ ମିନେରାଲ୍‌ ଶରୀର ପାଇଁ ସ୍ବାସ୍ଥ୍ୟକର। ଏଥିପାଇଁ ଲୋକମାନେ ଏହି ବାଲି ଏବଂ ମାଟିର ବ୍ୟବହାର କରିଥାନ୍ତି।

ଏଠାରେ ଅନେକ ଡିସ୍ ବହୁତ ପ୍ରସିଦ୍ଧ, କିନ୍ତୁ ମାଛରୁ ପ୍ରସ୍ତୁତ ଡିସ୍ର ନିଆରା ଚାହିଦା ରହିଛି। ଏଠାରେ ମଧୁର ଜଳରୁ ମାଛ ଧରାଯାଏ । ମାଛଗୁଡିକୁ କମଳା ଚୋପା ସହିତ ମାରିନେଟ୍ କରାଯାଇ ବାଲି ଏବଂ ମାଟିରୁ ନିର୍ମିତ ସ୍ୱତନ୍ତ୍ର ମସଲା ସହିତ ରଖାଯାଏ। ଏହା ପରେ ସେ ସବୁର ରୋଷେଇ ହୋଇଥାଏ। ଏଠାରେ ପର୍ବତରେ ଲୁଣ ମଧ୍ୟ ଅଛି, ତେଣୁ ଲୋକମାନେ ଅଲଗା ସ୍ଥାନରୁ ଲୁଣ ଆଣି ବ୍ୟବହାର କରନ୍ତି ନାହିଁ।

Spread the love