“ମସରୁମ ମଞ୍ଚୁରିଆନ”,

ଆବଶ୍ୟକୀୟ ସାମଗ୍ରୀ:
ଛତୁ- ୨୦୦ ଗ୍ରାମ

ମଇଦା – ଦୁଇଟି ବଡ ଚାମଚ

କର୍ଣ୍ଣଫ୍ଲୋର- ୩ ବଡ ଚାମଚ

ଅଦା-ରସୁଣ- କଞ୍ଚା ଲଙ୍କା ପେଷ୍ଟ- ଗୋଟେ ଚାମଚ

ପାଣି- ଅଧା କପ

ସ୍ବଦାନୁସାରେ ଲୁଣ

ଛାଣିବା ପାଇଁ ତେଲ

ସସ ପାଇଁ- ପିଆଜ, କଞ୍ଚା ଲଙ୍କା, ସିମ୍ଳା ଲଙ୍କା, ରସୁଣ, ୩ ଟି ଲବଙ୍ଗ, ଅଦା କିମା, ଲଙ୍କା ଗୁଣ୍ଡ, ଛୋଟ ଚାମଚ ସୋୟା ସସ, ଲଙ୍କା ସସ, ଚାଇନା ସ୍ଲଟ, ଟମାଟୋ ସସ, ଗୋଟେ ଚାମଚ ବ୍ରାଉନ ସୁଗାର

ପ୍ରସ୍ତୁତି ପ୍ରଣାଳୀ:

– ଗୋଟେ ପାତ୍ରରେ ଛାଣିବା ପାଇଁ ତେଲ ଗରମ କରନ୍ତୁ ।

– ଏବେ ଏକ ଛୋଟ ପାତ୍ରରେ ମଇଦା, କର୍ଣଫ୍ଲୋର, ଲୁଣ, ଅଦା ରସୁଣ, ଲଙ୍କା ପେଷ୍ଟକୁ ମିଶାନ୍ତୁ । ପାଣି ଦେଇ ଏକ ଚିକ୍କଣ ପେଷ୍ଟ ତିଆରି କରନ୍ତୁ ।

– ଏବେ ଧୁଆ ଯାଇଥିବା ମଶରୁମକୁ ଘୋଳରେ ମିଶାନ୍ତୁ । ଧ୍ୟାନରେ ରଖିବେ ଯେମିତି କୋଟିଙ୍ଗ ଠିକ ଭାବରେ ଲାଗୁଥିବ । ଏବେ ପ୍ରତି ଛତୁକୁ ତେଲରେ ଛାଣି ଦିଅନ୍ତୁ । ଆଞ୍ଚକୁ ମଧ୍ୟମରେ ରଖନ୍ତୁ । ଗୋଲଡେନ ବ୍ରାଉନ ରଙ୍ଗର ହେବା ଯାଏଁ ଛାଣି ଦିଅନ୍ତୁ ।

– ଏବେ ଆଉ ଏକ କଡେଇରେ ରାଶି ତେଲ ଗରମ କରନ୍ତୁ । ତେଲ ଗରମ ହୋଇଗଲେ ରସୁଣକୁ ଭାଜନ୍ତୁ । କଞ୍ଚା ଲଙ୍କା ଓ ଅଦା ଖଣ୍ଡ ଦିଅନ୍ତୁ । କିଛି ସେକେଣ୍ଡ ପାଇଁ ଭାଜନ୍ତୁ ।

– ଏବେ ସେଥିରେ ପିଆଜ ଭାଜନ୍ତୁ । ୨ ମିନିଟ ପରେ କଟା ଯାଇଥିବା ସିମଲା ଲଙ୍କା ଦିଅନ୍ତୁ । ଏବେ ଏଥିରେ ବ୍ରାଉନ ସୁଗାର, ସୋୟା ସସ, ଟମାଟୋ କେଚପ, କଞ୍ଚା ଲଙ୍କା ଓ ଚାଇନା ସଲଟ ଦିଅନ୍ତୁ । ଭଲ ଭାବରେ ମିଶାଇ ଦିଅନ୍ତୁ । ଅଳ୍ପ କିଛି ପାଣି ଦେଇ ଛାଡି ଦିଅନ୍ତୁ ।

– ଏବେ ସେଥିରେ ଫ୍ରାଏ କରାଯାଇଥିବା ମଶରୁମ ବଲ ଗୁଡିକୁ ପକାନ୍ତୁ । କିଛି ସମୟ ଘୋଡେଇ ରଖିବା ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ । ପିଆଜ ଓ ଧନିଆ ପତ୍ର ଦେଇ ସଜାନ୍ତୁ ।

Spread the love