ମାଟି ହାଣ୍ଡି ପାଣି ପିଇଲେ କଣ ଲାଭ ପଢନ୍ତୁ…

ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଆସିସାରିଛି। ଏମିତିକି ଅନେକ ସହରରେ ଏବେ ୩୫ ଡିଗ୍ରୀ ଉପରେ ରହୁଛି ତାପମାତ୍ରା। ପୁଣି ଖରାଦିନ ଆସିବା ମାତ୍ରେ ହିଁ ଲୋକମାନେ ନିଜ ନିଜ ଘରେ ଥଣ୍ଡା ପାଣି ରଖିବାର ବ୍ୟବସ୍ଥା କରନ୍ତି। ଏମିତିକି କିଛି ଲୋକ ଫ୍ରିଜ୍ ଓ ଏସି ମଧ୍ୟ କିଣିବାକୁ ଚିନ୍ତା କରନ୍ତି । ଅଧିକ ଲୋକ ଫ୍ରିଜ୍ ପାଣି ପିଇବାକୁ ପସନ୍ଦ କରନ୍ତି। ଖରା ଦିନ ଯେହେତୁ ଆସିଲାଣି ପାଣି ମଧ୍ୟ ଅଧିକ ପରିମାଣରେ ପିଇବା ଆବଶ୍ୟକ।

ତେଣୁ ଆପଣ ଫ୍ରିଜ ପାଣି ପିଇବା ଅପେକ୍ଷା ମାଟି ପାତ୍ରରେ ଜଳ ସଂରକ୍ଷଣ କରି ପିଇବା ଅଭ୍ୟାସ କରିବା ଦରକାର। କାରଣ ଏହି ମାଠିଆ ପାଣି ପିଇବାର ଅନେକ ଫାଇଦା ରହିଛି। ତେଣୁ ଇସ୍ପାତ ଏବଂ ପ୍ଲାଷ୍ଟିକ ପାତ୍ର ବଦଳରେ ଆପଣ ମାଟି ପାତ୍ରରେ ପାଣି ରାଖୀ ପିଇବା ଦରକାର। ଏହି ପାଣି ପିଇବା ଦ୍ଵାରା ଅନେକ ସ୍ୱାସ୍ଥ୍ୟଗତ ଲାଭ ହେବ। ଏହି ମାଠିଆ ପାଣି ଆପଣଙ୍କୁ ଅନେକ ରୋଗରୁ ମୁକ୍ତି ଦେବ।

ପ୍ରାକୃତିକ ଥଣ୍ଡା ପ୍ରଭାବ ରହିଛି ଏହି ମାଟି ପାତ୍ରରେ:

ପୂର୍ବ କାଳରେ ଅନେକ ଘରେ ପାଣି ଥଣ୍ଡା ହେବା ପାଇଁ ମାଟି କଳସୀ ଓ ମାଠିଆ ରଖୁଥିଲେ। ସେତେବେଳେ କୌଣସି ରେଫ୍ରିଜରେଟର ନଥିଲା। ତେଣୁ ମାଠିଆ ପାଣିକୁ ଅଧିକ ଥଣ୍ଡା କରିବାରେ ସାହାଯ୍ୟ କରୁଥିଲା। ଯେହେତୁ ମାଟି ହାଣ୍ଡିର ମୁହଁ ଅଧିକ ଗଭୀର ଥାଏ, ଏହା ଧୀରେ ଧୀରେ ଜଳକୁ ଥଣ୍ଡା କରେ ଯାହା ଅନ୍ୟ କୌଣସି ପାତ୍ର କରେନାହିଁ।
ଗଳା ପାଇଁ ଭଲ:
ଯେତେବେଳେ ଫ୍ରିଜ୍ ପାଣି ଅତ୍ୟଧିକ ଥଣ୍ଡା ଆପଣ ପିଅନ୍ତି, ତାହା ଆପଣଙ୍କ ଗଳା ପାଇଁ ଖରାପ ହୋଇଥାଏ। ତେଣୁ ଆପଣଙ୍କୁ କେବଳ ମାଟି ହାଣ୍ଡି ପାଣି ପିଇବା ଦରକାର। ଏହା ଗଳାର କୋମଳତାକୁ ମଧ୍ୟ କୌଣସି ଅସୁବିଧା ପହଞ୍ଚାଏ ନାହିଁ। ଗଲା ଜନିତ ରୋଗ ମଧ୍ୟ କରାଏନି ମାଠିଆ ପାଣି।

ସନଷ୍ଟ୍ରୋକରୁ ମଧ୍ୟ ରକ୍ଷା କରିଥାଏ:
ସନଷ୍ଟ୍ରୋକ ଏକ ସାଧାରଣ ସମସ୍ୟା ଯାହା ଗ୍ରୀଷ୍ମ ଋତୁରେ ଅନେକ ଲୋକଙ୍କୁ ଆଘାତ ଦେଇଥାଏ। ମାଟି ହାଣ୍ଡିରେ ଥିବା ପାଣିରୁ ଭିଟାମିନ୍ ଏବଂ ମିନେରାଲ୍ସ ଶରୀରର ଗ୍ଲୁକୋଜ୍ ସ୍ତରକୁ ବଜାୟ ରଖିବାରେ ସାହାଯ୍ୟ କରିବ ଏବଂ ଆପଣଙ୍କ ଶରୀରକୁ ଏକ କୋମଳ ଥଣ୍ଡା ପ୍ରଭାବ ମଧ୍ୟ ଦେବ । ତେଣୁ ଆପଣ ମାଠିଆ ପାଣି ପିଇବା ଦରକାର।

ପ୍ରକୃତିର ଆଲକାଇନ :
ମଣିଷ ଶରୀର ପ୍ରକୃତିର ଅମ୍ଳଯୁକ୍ତ ହୋଇଥିବାବେଳେ ମାଟି କ୍ଷାରୀୟ ବା ଆଲକାଇନ ଅଟେ। ଏହି କ୍ଷାରୀୟ ହାଣ୍ଡିରୁ ଜଳ ଯେତେବେଳେ ଆପଣ ପିଇବେ, ଏହା ଆପଣଙ୍କ ଶରୀରର ଅମ୍ଳକୁ ନିୟନ୍ତ୍ରଣ କରିଥାଏ। ଯାହା ଫଳରେ ଶରୀରରେ pH ବାଲାନ୍ସ ସୃଷ୍ଟି କରିବାରେ ସାହାଯ୍ୟ କରେ । ଏହି କାରଣରୁ ମାଠିଆ ପାଣି ପିଇବା ଦ୍ୱାରା ଅମ୍ଳତା ଏବଂ ପେଟ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ ।

ମେଟାବୋଲିଜିମ୍ ବୃଦ୍ଧି କରେ:

ଯେତେବେଳେ ଆମେ ପ୍ଲାଷ୍ଟିକ୍ ବୋତଲରେ ଥିବା ପାଣି ପିଇଥାଉ, ଏଥିରେ ବିସଫେନୋଲ୍ ଏ କିମ୍ବା ବିପିଏ ଭଳି ବିଷାକ୍ତ ରାସାୟନିକ ପଦାର୍ଥ ରହିଥାଏ, ଯାହା ଶରୀରକୁ ଅନେକ ଉପାୟରେ କ୍ଷତି ପହଞ୍ଚାଇଥାଏ। ଏହା ଟେଷ୍ଟୋଷ୍ଟେରନ୍ ସ୍ତରକୁ ଡାଉନ୍ କରିଥାଏ । ଏହା ଏଣ୍ଡୋକ୍ରାଇନ୍ ବ୍ୟାଘାତକାରୀ ଭାବରେ ମଧ୍ୟ ଜଣାଶୁଣା। ଯେତେବେଳେକି, ମାଟି ପାତ୍ରରୁ ପାଣି ପିଇବା ଟେଷ୍ଟୋଷ୍ଟେରନ୍ ସ୍ତରକୁ ସନ୍ତୁଳିତ ରଖେ ଏବଂ ଆପଣଙ୍କ ଶରୀରର ମେଟାବୋଲିଜିମ୍ରେ ମଧ୍ୟ ଠିକ୍ ରଖେ। ତେଣୁ ବର୍ତ୍ତମାନ ଯେହେତୁ ଖରା ଦିନ ଆସିଲାଣି, ଆପଣଙ୍କୁ ଫ୍ରୀଜ ପାଣି ବଦଳରେ ମାଠିଆ ପାଣି ପିଇବା ଦରକାର।

Spread the love