ଆସନ୍ତାକାଲି ମାଟ୍ରିକ ପରୀକ୍ଷା, ୫ଲକ୍ଷ ୪୧ ହଜାର ୨୪୭ ଜଣ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ଆସନ୍ତାକାଲିଠାରୁ ମାଟ୍ରିକ ପରୀକ୍ଷା। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାସିସ ହାଜରା କହିଛନ୍ତି । ସମସ୍ତ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଁଞ୍ଚି ସାରିଛି। ସକାଳ ୮ରୁ ଆରମ୍ଭ ହେବ ପରୀକ୍ଷା। ଖରାକୁ ଦୃଷ୍ଟିରେ ରଖି ପ୍ରଥମ ସିଟିଂ ରେ ପରୀକ୍ଷା ସମୟ ନିର୍ଘଣ୍ଟ କରାଯାଇଛି। କପି ରୋକିବା ପାଇଁ ମୋଟ ୭୪ ସ୍ୱାର୍ଡ ଗଠନ କରାଯାଇଛି। ବୋର୍ଡ ପକ୍ଷରୁ ୩୬ ଟି ସ୍ୱାର୍ଡ ବୁଲିବେ। ହାଇସ୍କୁଲ ସାର୍ଟିଫିକେଟ, ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମାକୁ ମିଶାଇ ୫ଲକ୍ଷ ୪୧ ହଜାର ୨୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ବସିବେ।୩୨୧୮ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ ରହିଛି। ମୋଟ ୩୧୬ଟି ନୋଡାଲ ସେଣ୍ଟର ହୋଇଛି।

ଏହା ଭିତରେ ରହିଛି ୨୨ଟି ଥାନା। କନ୍ଧମାଳ ଜିଲ୍ଲାରେ ୭ଟି, କୋରାପୁଟରେ ୫ଟି ଓ ମାଲକାନଗିରିରେ ୧୦ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି। ସମସ୍ତ ଜିଲ୍ଲାପାଳ, ଏସ ପି ଓ ଜିଲ୍ଲା ଶିକ୍ଷାଧିକାରୀ ମାନଙ୍କ ସହିତ ମୁଖ୍ୟ ଶାସନ ସଚିବ ପୂର୍ବରୁ ଅଲୋଚନା କରିଛନ୍ତି। କପି ରୋକିବା ଦିଗରେ ଫୋକସ କରାଯାଇଛି। କଡା ସୁରକ୍ଷା ଭିତରେ ପରୀକ୍ଷା କେନ୍ଦ୍ର ଗୁଡିକୁ ଯିବ ପ୍ରଶ୍ନପତ୍ର। ପ୍ରଥମ ଥର ପାଇଁ ଜିଲ୍ଲା ପ୍ରଶାସନ ଅଧିକାରୀ ଏକତ୍ରିତ କରି ନେଇ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନିଜର ଟେଷ୍ଟ ବୁକକୁ ଭଲ ଭାବରେ ପଢିବା ପାଇଁ ପରିକ୍ଷାର୍ଥୀଙ୍କୁ ବୋର୍ଡର ପରାମର୍ଶ। ଏହା କଲେ ହିଁ ଅସି ପ୍ରତିଶତ ନମ୍ବର ରଖିବାରେ ସକ୍ଷମ ହୋଇ ପାରିବେ।

Spread the love