ମାଟ୍ରିକ ଖାତା ଦେଖା ପ୍ରସଙ୍ଗ: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

ମାଟ୍ରିକ ଖତା ମୁଲ୍ୟାୟନ ନେଇ ଗତକାଲି ଓଡିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦେଶ ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରତିକ୍ରିୟା। ଏନେଇ ବିଭାଗ ପକ୍ଷରୁ ବିଚାର ବିମର୍ଷ କରାଯାଉଛି।  ୧୦ କଲୋମିଟର ଦୂରରୁ କେତେ ଜଣ ଶିକ୍ଷକ ଆସୁଛନ୍ତି ତାହା ବର୍ତମାନ ଚିହ୍ନଟ କରାଯାଉଛି।

କୋଭିଡ ୧୯ ଗାଇଡ ଲାଇନ ଅନୁସାରେ ସମସ୍ତ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କ ସହିତ ଆଲୋଚନା କରାଯାଉଛି। ସୋମବାର ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି। ମାନ୍ୟବର କୋର୍ଟଙ୍କ ନିର୍ଦେଶ ଅନୁସାରେ ହିଁ ଖାତା ଦେଖା ହେବ।

ଆମେ ୧୦ କିଲୋମିଟର ପରଧି ଭିତରେ ଖାତା ଦେଖା କେନ୍ଦ୍ର ଖୋଲିବା ପାଇଁ ପ୍ରସ୍ତୁତି କରୁଛୁ। ଆବଶ୍ୟକ ପଡିଲେ ଖାତା ଦେଖା କେନ୍ଦ୍ର ବୃଦ୍ଧି କରାଯିବ।

Spread the love