ଝାରସୁଗୁଡାରେ ସର୍ବାଧିକ ଓ କୋରାପୁଟରେ ସର୍ବନିମ୍ନ ପାସହାର

ମାଟ୍ରିକ ଫଳାଫଳ ପ୍ରକାଶିତ । ପାସ ହାର ରହିଛି ୭୦ ଦଶମିକ ୭୮ପ୍ରତିଶତ । ଚଳିତ ବର୍ଷ ୫ ଲକ୍ଷ ୬୨ ହଜାର ୨୧୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ପାସ ହୋଇଛନ୍ତି ୩ଲକ୍ଷ ୯୭ହଜାର ୧୨୫ ଜଣ ପରୀକ୍ଷାର୍ଥୀ । ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ ହାର ଅଧିକ ହୋଇଛି । ୧ ଲକ୍ଷ ୯୧ ହଜାର ୬୫୫ ଜଣ ପୁଅ ପାସ କରିଛନ୍ତି । ସେହିପରି ୨ଲକ୍ଷ ୫ହଜାର ୪୭୦ ଜଣ ଝିଅ ପାସ କରିଛନ୍ତି ।

 ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ୧୮୯ଟି ସ୍କୁଲରେ ଶତପ୍ରତିଶତ ହୋଇଛି । ୮୨ଟି ସ୍କୁଲରେ ରେଜଲ୍ଟ ଶୂନ ହୋଇଛି । ଅର୍ଥାତ ଏହି ସ୍କୁଲରେ କୌଣସି ବି ପରୀକ୍ଷାର୍ଥୀ ପାସ କରିନାହାନ୍ତି । କଣ ପାଇଁ ଏହି ସମସ୍ତ ସ୍କୁଲରେ ରେଜଲ୍ଟ ଖରାପ ହୋଇଛି । ସେ ନେଇ ତର୍ଜମା କରାଯିବା ସହ ଖରାପ ରେଜଲ୍ଟ ହୋଇଥିବା ସ୍କୁଲ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ।
Spread the love