ଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା; ୬ ରେ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର:  ଜୁଲାଇ ୬ ତାରିଖରେ ବାହାରିବ ମାଟ୍ରିକ ପରୀକ୍ଷା ରେଜଲ୍ଟ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଆଜି ଏହି ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀ ମାନେ ଦିନ ଗୋଟାଏ ପରେ ବୋର୍ଡ ୱେବସାଇଟ୍ www.bseodisha.in ମାଧ୍ୟମରେ ନିଜର ଫଳାଫଳ ଦେଖିପାରିବେ । ଚଳିତ ବର୍ଷ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ ୭ରେ ସରିଥିଲା ମାଟ୍ରିକ ପରୀକ୍ଷା । ସକାଳ ୮ଟାରୁ ଆରମ୍ଭ ହେଉଥିଲା ପରୀକ୍ଷା। ଦୁଇବର୍ଷ ପରେ ପୁଣି ଅଫଲାଇନ୍‌ ପରୀକ୍ଷା ହୋଇଥିବା ବେଳେ  ୩, ୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପରୀକ୍ଷା ପରିଚାଳନା ପାଇଁ ରାଜ୍ୟର ୩୫ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟୋଜିତ ହୋଇଥିଲେ ।

Spread the love