ଆସନ୍ତାକାଲି ପ୍ରକାଶ ପାଇବନି ମାଟ୍ରିକ ପରୀକ୍ଷା ଫଳ : ବୋର୍ଡ ସଭାପତି

ଆସନ୍ତାକାଲି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ନାହିଁ l ଫଳ ପ୍ରକାଶ ନିମନ୍ତେ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ(ବିଏସଇ)ର କୌଣସି ଯୋଜନା ନାହିଁ ବୋଲି ବୋର୍ଡ ସଭାପତି ଜାହାନ ଆରା ବେଗମ୍ ସ୍ପଷ୍ଟ କରିଛନ୍ତି।

ବେଗମ୍ କହିଛନ୍ତି ଯେ, ଓଡ଼ିଶା ବିଏସଇ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶନକୁ ନେଇ ମିଥ୍ୟା ସୂଚନା ପ୍ରଚାର କରାଇବାରେ ସମ୍ପୃକ୍ତ ଥିବା ବୋର୍ଡ ଅଧିକାରୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବୋର୍ଡ ପକ୍ଷରୁ ସେଭଳି କର୍ମଚାରୀ ଓ ଅଫିସରଙ୍କୁ ଚିହ୍ନଟ କରାଯିବା ପାଇଁ ପଦକ୍ଷେପ ନିଆଯାଉଛି। ତେବେ ଏହା ସ୍ପଷ୍ଟ ଯେ, ମେ’ ୨୦ତାରିଖରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ନାହିଁ ଓ ମେ’ ତୃତୀୟ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ନିମନ୍ତେ ବୋର୍ଡ ଯୋଜନା କରିଛି।

ମାଟ୍ରିକ ପରୀକ୍ଷା ଫଳ ମେ’ ୨୦ତାରିଖରେ ପ୍ରକାଶ ପାଇବ ବୋଲି ବୋର୍ଡ ସଭାପତି କହିଥିବା କଥା କେତେକ ଗଣମାଧ୍ୟମରେ ପୂର୍ବରୁ ଉଲ୍ଲେଖ କରାଯାଇଥିଲା।

Spread the love