ମୌସୁମୀ ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପି, ୩୦ ପ୍ଲାଟୁନ ଫୋର୍ସ ଓ ୧୨୦ ଅଫିସର ନିୟୋଜିତ

ଭୁବନେଶ୍ୱର, ୩୧/୦୮:  ବୁଧବାରଠାରୁ ଆରମ୍ଭ ହେଉଛି ବିଧାନସଭାରେ ମୌସୁମୀ ଅଧିବେଶନ । ଏଥି ପାଇଁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଡିଜିପି ଅଭୟ ।

ବିଧାନସଭାର ସୁରକ୍ଷା ପାଇଁ ତ୍ରିସ୍ତରୀୟ ଢାଞ୍ଚା ଗ୍ରହଣ କରାଯାଇଛି । ଏଥି ପାଇଁ ୩ଟି କଣ୍ଟ୍ରୋଲ ରୁମ୍ ହୋଇଛି । ନର୍ଥ ଗେଟ୍, ଧାରଣା ସ୍ଥଳ ଓ ୟୁନି ଫାଏଡ୍ କଣ୍ଟ୍ରୋଲ ରୁମ । ମୋଟ ୩୦ ପ୍ଲାଟୁନ୍ ଫୋର୍ସ ଓ ୧୨୦ ଅଫିସର ଦାୟିତ୍ବରେ ରହିବେ । ଗହଳି, ହିଂସା ଓ ସାମ୍ଭବ୍ୟ ବଡ ଧରଣର ଆକ୍ରମଣକୁ ମୁକାବିଲା କରିବା ପାଇଁ ୨ ୟୁନିଟ୍ ସ୍ପେଶାଲ ଟାକ୍ଟିକାଲ ୟୁନିଟ୍ ସହ ଷ୍ଟ୍ରାଇକିଂ ଫୋର୍ସ, କ୍ୟୁଆରଟି ଟିମ୍ ମୁତୟନ ରହିବେ । ଏହା ସହିତ ରୁଫ୍ ଟପ୍ ସିକ୍ୟୁରିଟି ରହିବ ।

ଆହୁରି ମଧ୍ୟ ସାଧା ପୋଷାକରେ ପୋଲିସ ପଇଁତରା ମାରିବେ । ସୁରଷା ବ୍ୟବସ୍ଥାରେ କୌଣସି ଭୁଲ ନ ରହୁ ସେଥିପାଇଁ ପୋଲିସ ପକ୍ଷରୁ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଖୋଦ ପୋଲିସ ଡିଜି ନିଜେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି ସର୍ଭିଲାନ୍ସ ବ୍ୟବସ୍ଥା କରାଯାଇଛି । ଅଧିବେଶନ ପୂର୍ବରୁ ବିଧାନସଭା ଭିତର, ପରିସର ଓ ପିଏମଜିକୁ ସମ୍ପୂର୍ଣ୍ଣ ସ୍ଥାନକୁ ସିଲ୍ କରାଯିବ ବୋଲି ଜଣାପଡିଛି ।

Spread the love