ରାଜ୍ୟର ପ୍ରାୟ ୧୪ଟି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରି ଉପରେ

ରାଜ୍ୟରେ ଆଜି ଗ୍ରୀଷ୍ମର ପ୍ରଭାବ ଦେଖାଯାଇଛି । ପ୍ରବଳ ଖରାରେ ଓଡିଶା ସିଝିଛି । ଆଉ ଏହି ଖରାରେ ଲୋକମାନେ ଅନେକ ହନ୍ତସନ୍ତ ହୋଇଛନ୍ତି । ରାଜ୍ୟର ପ୍ରାୟ ୧୪ଟି ଜିଲ୍ଲାରେ ୪୦ ଡିଗ୍ରି ଓ ତାଠାରୁ ଅଧିକ ତାପମାତ୍ରା ରହିଛି । ଏହା ମଧ୍ୟରେ ଟିଟିଲାଗଡରେ ସର୍ବାଧିକ ୪୨.୨ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । ଦେଖନ୍ତୁ କେଉଁ ଜିଲ୍ଲାରେ କେତେ ରହିଛି ତାପମାତ୍ରା –

ରାଜ୍ୟର ବା‌ଲେଶ୍ବର ଜିଲ୍ଲାରେ ୪୦ ଡିଗ୍ରି ତାପମାତ୍ରା ଥିବା ବେଳେ କଟକରେ୪୦ ଡିଗ୍ରି, ଭୁବନେଶ୍ୱର ୪୦.୫ ଡିଗ୍ରି, ଅନୁଗୁଳ ୪୧.୧ ଡିଗ୍ରି, ବାରିପଦାରେ ୪୨ ଡିଗ୍ରି, ଝାରସୁଗୁଡାରେ ୪୨.୨ ଡିଗ୍ରି ଓ ସମ୍ବଲପୁରରେ ୪୧.୨ ଡିଗ୍ରି ତାପମାତ୍ରା ରହିଛି।

ସେହିପରି ହୀରାକୁଦରେ ୪୧.୧ ଡିଗ୍ରି, ତାଳଚେରରେ ୪୦.୩ ଡିଗ୍ରି, ଭବାନୀପାଟଣାରେ ୪୦.୮ ଡିଗ୍ରି, ବଲାଙ୍ଗୀରରେ ୪୧.୫ ଡିଗ୍ରି, ଟିଟଲାଗଡରେ ୪୨.୨ ଡିଗ୍ରି, ମାଲକାନଗିରିରେ ୪୧ ଡିଗ୍ରି ଓ ନୟାଗଡରେ ୪୦.୩ ଡିଗ୍ରି ତାପମାତ୍ରା ରହିଛି।

Spread the love