ମେ’ ୧୨ରୁ ଚାଲିବ ଟ୍ରେନ୍, କାଲିଠୁ ବୁକିଂ ଆରମ୍ଭ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ମେ’ ମାସ ୧୨ ତାରିଖ ଠାରୁ ଆଂଶିକ ଭାବରେ ଟ୍ରେନ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ।  ନୂଆଦିଲ୍ଲୀରୁ ଦେଶର ୧୫ଟି ପ୍ରମୁଖ ସହରକୁ ଏହି ସେବା ମିଳିବ ।

ଆସନ୍ତାକାଲି ଅପରାହ୍ନ ୪ଟାରେ ଟିକେଟ ବୁକିଂ ହୋଇପାରିବ । ମେ’ ୧୨ ତାରିଖ ପରେ ଅନ୍ୟ ରୁଟରେ ଟ୍ରେନ ଚାଲିପାରେ । ୧୨ରୁ ଟ୍ରେନଗୁଡ଼ିକ ଦିବୃଗଡ଼, ଅଗରତଲା, ହାଓଡା, ପାଟଣା, ବିଳାସପୁର, ରାଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ତିରୁଅନନ୍ତପୁରମ, ମଣ୍ଡଗାଓ, ମୁମ୍ବାଇ ସେଣ୍ଟ୍ରାଲ, ଅହମଦାବାଦ ଓ ଜମ୍ମୁ ଅଭିମୁଖେ ଚାଲିବ ।

ଭାରତୀୟ ରେଳବାଇ ପକ୍ଷରୁ କୁହାଯାଇଛି ଯେ, ଟିକେଟ କାଉଣ୍ଟର ଖୋଲିବ ନାହିଁ । ପ୍ଲାଟଫର୍ମ ଟିକେଟ ସହିତ କୌଣସି କାଉଣ୍ଟରରେ ଟିକେଟ ମିଳିବ ନାହିଁ । ଯାତ୍ରୀଙ୍କୁ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବାକୁ ପଡ଼ିବ ।

ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂ କରାଯିବ । ସ୍କ୍ରିନିଂ ପରେ ଯେଉଁମାନଙ୍କ ଠାରେ କୌଣସି ଲକ୍ଷଣ ନ ଥିବା କେବଳ ସେମାନଙ୍କୁ ହିଁ ଟ୍ରେନରେ ଚଢ଼ିବାକୁ ଅନୁମତି ମିଳିବ ।

Spread the love