ନିର୍ବାଚନ କମିସନଙ୍କ 48ଘଣ୍ଟାର ରୋକ୍‌ ଲଗାଇବା ନିଷ୍ପତ୍ତିକୁ ଇତିହାସର କଳାଦିନ ବୋଲି କହିଲେ ମାୟାବତୀ

ନିର୍ବାଚନ ପ୍ରଚାର ବେଳେ ସାଂପ୍ରଦାୟିକ ମନ୍ତବ୍ୟ ଦେଇଥିବାରୁ ସୁପ୍ରିମ କୋର୍ଟ କ୍ଷୋଭ ପ୍ରକାଶ କରିବା ପରେ ନିର୍ବାଚନ କମିସନ ବିଏସ୍ପି ସୁପ୍ରିମୋ ମାୟାବତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ମାୟାବତୀଙ୍କ ପ୍ରଚାର କଟକଣା ଜାରି କରାଯାଇ 48 ଘଣ୍ଟା ପର୍ଯ୍ୟନ୍ତ କୌଣସି ପ୍ରକାର ପ୍ରଚାର କାର୍ଯ୍ୟରେ ସାମିଲ ହୋଇପାରିବେ ନାହିଁ ବୋଲି କମିସନ ନିର୍ଦେଶ ଗତକାଲି ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନ କମିସନ୍‌ଙ୍କ ଏଭଳି ନିଷ୍ପତ୍ତିରେ ମାୟାବତୀ କ୍ଷୋଭ ପ୍ରକାଶ କରିଛନ୍ତି। ମାୟାବତୀ କହିଛନ୍ତି, ନିର୍ବାଚନ କିମସନ୍‌ଙ୍କ ଏହି ନିଷ୍ପତ୍ତି ଏକତରଫା ଅଟେ। ମୋତେ କିଛି କହିବାର ଓ ଅଭିବ୍ୟକ୍ତିତ୍ୱର ସ୍ୱତନ୍ତ୍ର ମୌଳିକ ଅଧିକାରରୁ ବଞ୍ଚିତ କରାଯାଇଛି। ନିର୍ବାଚନ କମିସନ୍‌ଙ୍କ ଇତିହାସରେ ଏହା ଏକ କଳା ଦିବସ। ନିର୍ବାଚନ କମିସନ୍‌ ମାୟାବତୀଙ୍କ ନିର୍ବାଚନ ଉପରେ ଲଗାଇଥିବା 48ଘଣ୍ଟା ରୋକ୍‌ ମଙ୍ଗଳବାର ସକାଳ ୬ଟାରୁ ଆରମ୍ଭ ହୋଇଯିବ। ଅର୍ଥାତ୍‌ ମାୟାବତୀ ଏପ୍ରିଲ 18 ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ପାଇଁ ହେବାକୁ ଥିବା ମତଦାନ ପାଇଁ ପ୍ରଚାର କରି ପାରିବେ ନାହିଁ। ତେବେ ନିର୍ବାଚନ କମିସନ୍‌ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ବି ଏହି ସମାନ କଟକଣା 72 ଘଣ୍ଟା ପାଇଁ ଲଗାଇଛନ୍ତି।

Spread the love