ଆସନ୍ତା ୨୨ରେ ଦିଲ୍ଲୀରେ ହେବ ମେୟର ନିର୍ବାଚନ, କେଜ୍ରିୱାଲଙ୍କ ପ୍ରସ୍ତାବକୁ ମଂଜୁର କଲେ ଉପରାଜ୍ୟପାଳ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀର ଉପରାଜ୍ୟପାଳ ମେୟର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଫେବୃଆରୀ ୨୨ରେ ଦିଲ୍ଲୀରେ ମେୟର ନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତା ୨୨ ତାରିଖ ସକାଳ ୧୧ଟା ସମୟରେ ନିର୍ଵାଚ ହେବ | ସୂଚନା ଥାଉ କି ଯେ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଆମ୍ ଆଦମୀ ପାର୍ଟି ସପକ୍ଷରେ ରାୟ ଦେଇଥିଲେ । କୋର୍ଟ କହିଥିଲେ ଯେ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ହୋଇଥିବା କାଉନସିଲ ସଦସ୍ୟ (ଆଲଡରମେନ୍‌)ମାନେ ମେୟର ନିର୍ବାଚନରେ ​​ଭୋଟ୍ ଦେବେ ନାହିଁ। ସୁପ୍ରିମକୋର୍ଟ କହିଥିଲେ ଯେ ମେୟର ନିର୍ବାଚିତ ହେବା ପରେ ହିଁ ଡେପୁଟି ମେୟର ଚୟନ ପାଇଁ ନିର୍ବାଚନ ହୋଇପାରିବ | ଏମସିଡି ଏବଂ ଏଲଜିଙ୍କ ଯୁକ୍ତିକୁ ଆମେ ଗ୍ରହଣ କରୁନାହୁଁ ଯେଉଁଥିରେ କୁହାଯାଇଛି ଯେ ମନୋନୀତ କାଉନସିଲରମାନେ ଭୋଟ୍ ଦେଇପାରିବେ।ମେୟର ନିର୍ବାଚନ ପାଇଁ ପ୍ରଥମ ବୈଠକ ପାଇଁ ୨୪ ଘଣ୍ଟା ମଧ୍ୟରେ ନୋଟିସ୍ ଜାରି କରାଯିବା ଉଚିତ୍ | ମେୟର ନିର୍ବାଚନ ତାରିଖ ବିଜ୍ଞପ୍ତିରେ ଉଲ୍ଲେଖ କରାଯିବା ଉଚିତ। ଉଲ୍ଲେଖ ଥାଉ କି ଆମ୍‌ ଆଦମୀ ପାର୍ଟି (ଆପ୍‌) ଅଭିଯୋଗ କରିଥିଲା ଯେ ଭାରତୀୟ ଜନତା ପାର୍ଟି (ବିଜେପି) ଜଣେ ବିଜେପି ନେତାଙ୍କୁ ମେୟର ପଦରେ ନିର୍ବାଚିତ କରି ପୌର ସଂସ୍ଥାକୁ ଦଖଲ କରିବାକୁ ଚେଷ୍ଟା କରୁଛି। ଡିସେମ୍ବରରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏମସିଡି) ନିର୍ବାଚନରେ ଆପ୍‌ ବିଜେପି ତୁଳନାରେ ବହୁତ ଅଧିକ ଆସନ ଜିତିଥିଲା।ଉପରାଜ୍ୟପାଳ ଭିକେ ସକ୍ସେନାଙ୍କ ଦ୍ୱାରା ନିଯୁକ୍ତ କାଉନସିଲ ସଦସ୍ୟ (ଆଲଡରମେନ୍‌)ମାନେ ମେୟର ଚୟନ ପାଇଁ ହେଉଥିବା ନିର୍ବାଚନରେ ଭୋଟ୍‌ ଦେବାକୁ ଚେଷ୍ଟା କରିଥିଲେ, ଯାହାକୁ ଆପ୍‌ ବିରୋଧ କରିଥିଲା ଏବଂ ଏହାକୁ ନେଇ ଗୃହରେ ବିଶୃଙ୍ଖଳା ଦେଖାଦେଇଥିଲା। ଶେଷରେ ମେୟର ଚୟନ ପାଇଁ ନିର୍ବାଚନକୁ ସ୍ଥଗିତ ରଖା ଯାଇଥିଲା। ଏହାକୁ ନେଇ ଆପ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା |

Spread the love