ଆସନ୍ତାକାଲି କଟକ ଡେପୁଟି ମେୟର ନିର୍ବାଚନ

 ଭୁବନେଶ୍ୱର: ଆସନ୍ତାକାଲି ୧୦୫ ପୌର ଉପାଧ୍ୟକ୍ଷ ପାଇଁ  ନିର୍ବାଚନ ହେବା ସହ କଟକ ଡେପୁଟି ମେୟର ନିର୍ବାଚନ ମଧ୍ୟ ହେବ। ଏନେଇ ପ୍ରେସମିଟ୍ ସବିଶେଷ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ।ଆସନ୍ତାକାଲି ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ପୌର ଉପାଧ୍ୟକ୍ଷ ପଦବୀ ଲାଗି ନାମାଙ୍କନ ପତ୍ର ଦାଖଲ ହେବ। ୧୧ଟାରୁ ୧୨ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ, ଏହାପରେ ଦିନ ଗୋଟାଏ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଚାଲିବ  ଅପରାହ୍ନ ସାଢ଼େ ଗୋଟାଏରୁ ସାଢ଼େ ୩ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ମତଦାନ ପରେ ସେହି ଦିନ ହିଁ ଭୋଟ ଗଣତି ଓ ଫଳାଫଳ ଘୋଷଣା ହେବ ।ସେହିଭଳି ୮ ତାରିଖରେ ବ୍ରହ୍ମପୁର ଓ ୯ ତାରିଖରେ ଭୁବନେଶ୍ୱର ମହାନଗର ନିଗମ ଲାଗି ଡେପୁଟି ମେୟର ପଦ ପାଇଁ ନିର୍ବାଚନ ହେବ ।କଟକ ଭଳି ବ୍ରହ୍ମପୁର ଓ  ଭୁବନେଶ୍ୱରରେ ମଧ୍ୟ ନିୟମ ସମାନ ରହିଛି।୨ରୁ ଅଧିକ ପ୍ରାର୍ଥୀରହିଲେ, ରାଉଣ୍ଡ ୱାରି ଭୋଟିଂ ହେବ । ପ୍ରତି ରାଉଣ୍ଡରେ କମ୍ ଭୋଟ ପାଉଥିବା ଜଣେ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରୁ ଓହରିବେ  ଶେଷ ଦୁଇ ଜଣଙ୍କ ମଧ୍ୟରେ ଚୂଡ଼ାନ୍ତ ଲଢ଼େଇ ହେବ।ଦଳ ବଦଳ ବିରୋଧ ଆଇନ ଲାଗୁ ହୋଇଥିବାରୁ ରାଜନୈତିକ ଦଳ ନିଜ ପ୍ରତିନିଧି ଦେଇପାରିବେ। ଏଭଳି କ୍ଷେତ୍ରରେ ଭୋଟ ବେଳେ ଦଳୀୟ କାଉନସିଲର ଓ କର୍ପୋରେଟର ସେମାନଙ୍କୁ ନିଜ ଭୋଟ ଦେଖାଇ ଭୋଟ ଦେବେ। ସେପଟେ ବିଜେଡି ଜିଲ୍ଲା ସଭାପତିଙ୍କ ପାଖକୁ ଉପ-ମେୟର ତାଲିକା ଆସିଥିବାବେଳେ ଦଳୀୟ ହୁଇପ ଜାରି କରିଛି ବିଜେଡି। ହୁଇପ ନମାନିଲେ କର୍ପୋରେଟର ପଦ ହରାଇବେ ବୋଲି କୁହାଯାଇଛି।

 

Spread the love