ମୟୁରଭଞ୍ଜରେ ମଜବୁତ ହେବ ବିଜେଡ଼ି : ସ୍ଥିତି ପରିଖିଲେ ଯୁବନେତା

ଆବଶ୍ୟକ ଯେଉଁଠି , ପ୍ରଣବ ସେଇଠି । ଏ କଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଭଲଭାବେ ବୁଝିଛନ୍ତି । ଖାସ ସେଥିପାଇଁ ନବୀନ ଯେଉଁଠି ଦଳ ଦୁର୍ବଳ ହୋଇଥାଏ ସେଥି ତାଙ୍କ ଧ୍ରୃତ ପ୍ରଣବ ପ୍ରକାଶ ଦାସ(ବବି)ଙ୍କୁ ପଠାନ୍ତି ସଂଗଠନ ମଜବୁତ କରିବା ପାଇଁ । ନବୀନଙ୍କ ଆଦେଶ ପାଇବା ପରେ ହନୁମାନଙ୍କ ପରି ପ୍ରଣବ ସୁପ୍ରିମୋଙ୍କ ଆଦେଶ ଅନୁସାରେ କାମ କରି ସଫଳ ହୁଅନ୍ତି । ଓଡ଼ିଶାର ସବୁଠାରୁ ବଡ଼ ଜିଲ୍ଲା ମୟୁଭଞ୍ଜରେ ବିଜେଡ଼ି ୨୦୧୭ରୁ ଦୁର୍ବଳ ହୋଇଛି । ଯାହା ୨୦୧୯ ସାଧାରଣରେ ନିର୍ବାଚନରେ ପ୍ରତିଫଳିତ ହେଲା । ଯାହାକୁ ନେଇ ବିଜେଡ଼ି ସ୍ରୁପ୍ରିମୋ ନବୀନ ପଟ୍ଟନାୟକ ଚିନ୍ତାରେ । କାହାକିଁ ଦଳର ସ୍ଥିତି ଏପରି ହେଲା ମୟୁରଭଞ୍ଜରେ । ଦଳରୁ ଦୁଇ ଯୁବନେତା ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଓ ସଂଜୟ ଦାସବର୍ମାଙ୍କୁ ନବୀନ ମୟୁରଭଞ୍ଜ ଦାୟିତ୍ୱ ଦେଇଥିଲେ । ହେଲେ ନବୀନ ଯାହା ଆଶା କରୁଥିଲେ ତାହା କିନ୍ତୁ ବିଜେଡ଼ିକୁ ଜିଲ୍ଲାରୁ ମିଳିଲା ନାହିଁ ।

୨୦୧୯ ନିର୍ବାଚନରେ ମୟୁରଭଞ୍ଜର ୯ଟି ବିଧାନସଭା ଆସନରୁ ୬ଟି ଆସନ ବିଜେଡ଼ି ହାତରୁ ଯିବା ସହ ସାଂସଦ ସିଟ ବି ଦଳ ହରାଇଲା । ଧୀରେ ଧୀରେ ଜିଲ୍ଳାରେ ବିଜେପି ଓ ଜେଏମଏମ ଶକ୍ତି ବୃଦ୍ଧି ପାଇଲା । ତେବେ ପୂର୍ବ ପରି ଜିଲ୍ଳାରେ ବିଜେଡ଼ି କିପରି ଶକ୍ତିଶାଳୀ ହେବ ସେ ଚିନ୍ତା ନବୀନଙ୍କୁ ଘାରିଲା । ତେଣୁ ନବୀନ ପାରିବାପଣ ନେତା ପ୍ରବଣ ପ୍ରାଶ ଦାସଙ୍କ ଉପରେ ସୁପ୍ରିମୋ ଜିଲ୍ଳାର ଦାୟିତ୍ୱ ଦେଲେ ।

ପ୍ରଥମ ଦିନରୁ ର୍ହି ପ୍ରଣବ ଛକା ମାରିଛନ୍ତି ଜିଲ୍ଲାରେ । ମୟୁରଭଞ୍ଜ ଜିଲ୍ଲା ବିଜେଡ଼ି ପରିବଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଦୁଇ ପୂର୍ବତନ ପର୍ଯ୍ୟବେକ୍ଷକ ସଂଜୟ ଦାସ ବର୍ମା ଓ ଅରୁଣ ସାହୁଙ୍କୁ ସାଙ୍ଗରେ ଧରି ଜିଲ୍ଲା ବିଜେଡ଼ି ନେତାଙ୍କୁ ଏକଜୁଟ କରି ଦଳ ଶକ୍ତି ପ୍ରଦର୍ଶନ କରିଛି । ପ୍ରବଣ ପର୍ଯ୍ୟବେକ୍ଷକ ହେବା ପରେ ଜିଲ୍ଳା ବିଜେଡ଼ି ବେଶ ଉତ୍ସାହିତ ହୋଇଛି । ପ୍ରଥମ ଦିନରୁ ହିଁ ନବୀନଙ୍କ ଏହି ପାରିବାପଣ ନେତା ପ୍ରଣବ ( ବବି) ଦଳରେ ଗୋଷ୍ଠୀବିବାଦ ସୃଷ୍ଟି କରୁଥିବା ନେତାଙ୍କୁ କଡ଼ା ଚେତାବନୀ ଦେଇଛନ୍ତି । ଯେଉଁମାନେ ସଂଗଠିତ ହୋଇ କାମ ନକରିବେ ସେମାନଙ୍କ ସ୍ଥାନ ଦଳରେ ନାହିଁ ବୋଲି ସିଧାସଖଳ ଶୁଣାଇ ଦେଇଛନ୍ତି । ଏହାସହ ଦୁଇ ଯୁବ ନେତା ଅରୁଣ ସାହୁଓ ସଂଜୟ ଦାସଙ୍କ ସହଯୋଗରେ ଜିଲ୍ଲା ବିଜେଡ଼ିକୁ ମଜବୁତ କରିବା ପାଇଁ ପ୍ରଣବ ପଣ କରିଛନ୍ତି । ଦେଖିବାର କଥା ଜିଲ୍ଳାରେ ନବୀନଙ୍କ ଏହି ତ୍ରୀଶକ୍ତି ଏକାଠି ହେବା ପରେ କଣ ବଦଳୁଛି ବିଜେଡ଼ି ରାଜନୀତି ।

Spread the love