ଏମ୍ସରେ ରୋଗୀଙ୍କୁ ମିଳିବ ମିଲେଟରୁ ପ୍ରସ୍ତୁତ ଖାଦ୍ୟ : ଟିଫିନ, ଲଞ୍ଚ, ଡିନରରେ ଦିଆଯିବ ମିଲେଟ୍ ଫୁଡ୍

ଆଜିଠାରୁ ଭୁବନେଶ୍ବର ଏମ୍ସରେ ରୋଗୀଙ୍କ ପାଇଁ ଉପଲବ୍ଧ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ । ଯାହା ଗର୍ଭବତୀ ମହିଳାଙ୍କ ସହ ରକ୍ତହୀନତା ରୋଗୀଙ୍କ ପାଇଁ ବେଶ୍ ଲାଭଦାୟକ । ମିଲେଟ ସାମଗ୍ରୀର ପ୍ରଚାର ପ୍ରସାରକୁ ନେଇ କେନ୍ଦ୍ର ତଥା ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଏବେ ଏଥିରେ ସାମିଲ ହୋଇଛି ଭୁବନେଶ୍ବର ଏମ୍ସ । 

ଓଡିଶା ମିଲେଟ୍ ମିଶନ ଏବଂ ଏମ୍ସର ସହଭାଗୀତାରେ ୩ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଉଛି । ରୋଗୀମାନେ ମିଲେଟରୁ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ଵାରା ସ୍ଵାସ୍ଥ୍ୟ ଉପରେ ମଧ୍ୟ ଏହାର ବିଶେଷ ପ୍ରଭାବ ରହିବ । ମିଲେଟରେ ରହିଛି ଅନେକ ମାଇକ୍ରୋ କମ୍ପୋନେଣ୍ଟ । ଯେମିତିକି ମ୍ୟାଗନେସିୟମ୍, କ୍ୟାଲସିୟମ, ପ୍ରୋଟିନ, ଫାଇବର ଇତ୍ୟାଦି ।  ଯାହା ଡାଇବେଟିସ, କ୍ଲୋନିକ୍ ସହ ମେଦ ବହୁଳତାକୁ ମଧ୍ୟ ହ୍ରାସ କରିବାରେ ସହାୟକ ହୋଇଥାଏ । ରୋଗୀଙ୍କୁ ସ୍ଵାସ୍ଥ୍ୟ ସେବା ଯୋଗାଇବା ସହିତ ମିଲେଟ୍ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଯୋଗାଇବାରେ ଭୁବନେଶ୍ବର ଏମ୍ସର ପ୍ରୟାସକୁ ପ୍ରଶଂସା କରାଯାଉଛି ।

Spread the love