ଛାତରୁ ପଡି ମେଡିକାଲ ଛାତ୍ରଙ୍କ ମୃତ୍ୟୁ

ବାଲେଶ୍ୱର : ଛାତରୁ ପଡ଼ି ଡାକ୍ତରୀ ଛାତ୍ର ମୃତ। ମୃତକ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ୩ୟ ବର୍ଷର ଛାତ୍ର ହିତେଷ୍ଣୁ ଦାସ। ଗତକାଲି ରାତିରେ ହିତେଷ୍ଣୁ ସିନେମା ଦେଖି ସାଙ୍ଗଙ୍କ ସହ ହଷ୍ଟେଲ ଫେରିଥିଲେ। ଏହାପରେ ବାପାଙ୍କୁ ଆଇ ଲଭ୍‌ ୟୁ ମେସେଜ ଦେବା ପରେ ଛାତରୁ ଡେଇଁଥିବା ସୂଚନା ମିଳିଛି । ଏହାପରେ ଛାତରୁ ଖସି ତାଙ୍କର ମୃତ୍ୟୁ ହୋଇଛି । ତେବେ କେମିତି ଛାତରୁ ଖସିପଡିଲେ ହିତେଷ୍ଣୁ ? ଦୁର୍ଘଟଣା ନା ଆତ୍ମହତ୍ୟା ଜଣାପଡିନି କାରଣ ।

Spread the love