ୟୁକ୍ରେନ୍ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ  : ରୁଷିଆ-ୟୁକ୍ରେନ୍ ଯୁଦ୍ଧରୁ ଜୀବନ ବଞ୍ଚାଇ ସ୍ୱଦେଶ ଫେରି ଆସିଥିବା ପ୍ରାୟ ୨୦ ହଜାର ମେଡିକାଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ସରକାର ବଡ ଧରଣର ଘୋଷଣା କରିଛନ୍ତି ।କିଛିଦିନ ପୂର୍ବରୁ ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ(ନ୍ୟାଶନାଲ ମେଡିକାଲ କମିଶନ) ନିୟମ ଦର୍ଶାଇ ଜୀବନ ବଞ୍ଚାଇ କ୍ୟାରିୟରକୁ ବାଜି ଲଗାଇ ଫେରିଆସିଥିବା ଛାତ୍ରଛାତ୍ରୀର ସାହାଯ୍ୟ କରିବାକୁ ମନା କରି ଦେଇଥିଲା ।କିନ୍ତୁ ଏବେ ସରକାର ୟୁକ୍ରେନରୁ ଫେରିଥିବା ମେଡିକାଲ ଛାତ୍ରଛାତ୍ରୀ ଶୀଘ୍ର ମେଡିକାଲ ଗ୍ରାଜୁଏଶନ ପରୀକ୍ଷାରେ ବସିବାକୁ ଅନୁମତି ପ୍ରଦାନ କରିଛନ୍ତି ।ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୨୦ ହଜାର ମେଡିକାଲ ଷ୍ଟୁଡେଣ୍ଟ ଭାରତ ଫେରି ଆସିଛନ୍ତି ।

Spread the love