ସଠିକ ଭାବେ ନିଦ ନ ହେବା ଯୋଗୁ ଚିନ୍ତିତ କି ? ପ୍ରତିଦିନ ଶୋଇବା ପୂର୍ବରୁ କରନ୍ତୁ ଧ୍ୟାନ

ଆଜିକାଲି ଲୋକମାନେ ମାନସିକ ରୋଗର ଶିକାର ହେଉଛନ୍ତି । ଏହାର କାରଣ ହେଉଛି ଅତ୍ୟଧିକ ଚିନ୍ତା, ଷ୍ଟ୍ରେସ ଏବଂ ନିଦ ଅଭାବ । ଏପରି ପରିସ୍ଥିତିରେ ମାନସିକ ସ୍ୱାସ୍ଥ୍ୟ ଭଲ ରହିବା ଏବଂ ଡିପ୍ରେସନକୁ ରୋକିବାରେ ଧ୍ୟାନ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । କିନ୍ତୁ ସମସ୍ତେ ସକାଳୁ ଉଠିବା ପରେ ଧ୍ୟାନ କରିବାକୁ ସକ୍ଷମ ନୁହଁନ୍ତି ଯଦି ଆପଣ ମଧ୍ୟ ସେହି ଲୋକମାନଙ୍କ ମଧ୍ୟରେ ଅଛନ୍ତି, ତେବେ ଆପଣ ରାତିରେ ଶୋଇବା ପୂର୍ବରୁ ମଧ୍ୟ ଧ୍ୟାନ କରିପାରିବେ । ରାତିରେ ଧ୍ୟାନ କରି ଆପଣ ଦିନସାରା ଷ୍ଟ୍ରେସ ଏବଂ ଡିପ୍ରେସନକୁ ସହଜରେ ଦୂର କରିପାରିବେ । ତାହେଲେ ଆସନ୍ତୁ ଜାଣିବା ଯେ ରାତିରେ ଧ୍ୟାନ କରିବାର ଲାଭ କ’ଣ ?

ରାତିରେ ଧ୍ୟାନ କରିବାର ଉପକାର :
ଭଲ ନିଦ : ଯଦି ଆପଣ ରାତିରେ ଶୀଘ୍ର ଶୋଇପାରୁ ନାହାଁନ୍ତି ଏବଂ ଶୋଇବା ପରିବର୍ତ୍ତେ ଆପଣ ମୋବାଇଲରେ ସ୍କ୍ରୋଲ୍ କରନ୍ତି, ତେବେ ରାତିରେ ଶୋଇବା ପୂର୍ବରୁ ଧ୍ୟାନ କରିବା ଭଲଦାୟକ ହୋଇଥାଏ । ଶୋଇବା ପୂର୍ବରୁ ଧ୍ୟାନ କରିବା ଆପଣଙ୍କୁ ଆରାମ କରିବାରେ ସାହାଯ୍ୟ କରିଥାଏ । ଧ୍ୟାନର ନିୟମିତ ଅଭ୍ୟାସ ଷ୍ଟ୍ରେସରୁ ମୁକ୍ତି ଦେଇଥାଏ ଏବଂ ନିଦ ଭଲ ହୋଇଥାଏ ।

ଷ୍ଟ୍ରେସ ଦୂର କରେ : ଯେଉଁମାନେ ବହୁତ ଷ୍ଟ୍ରେସ ନିଅନ୍ତି ସେମାନେ ନିୟମିତ ଧ୍ୟାନ କରିବା ଉଚିତ୍ । ବାସ୍ତବରେ, ଯେତେବେଳେ ଆପଣ ଷ୍ଟ୍ରେସ ଅନୁଭବ କରୁଛନ୍ତି, ସେତବେଳେ ଧ୍ୟାନ କରିବା ଉଚିତ ।

ମସ୍ତିଷ୍କ ତୀକ୍ଷ୍ଣ ହୋଇଥାଏ : ଧ୍ୟାନ ମସ୍ତିଷ୍କକୁ ଭଲ ରଖିଥାଏ । ରକ୍ତ ପ୍ରବାହକୁ ବଢାଇଥାଏ । କ୍ରମାଗତ ଆଠ ସପ୍ତାହ ଧ୍ୟାନ କରିବା ଦ୍ୱାରା ମସ୍ତିଷ୍କରେ ପରିବର୍ତ୍ତନ ହୋଇପାରେ । ତେଣୁ, ଯଦି ଆପଣ ସକାଳେ ଧ୍ୟାନ କରିବାକୁ ସକ୍ଷମ ନୁହଁନ୍ତି ତେବେ କେବଳ ରାତିରେ ଏହା କରନ୍ତୁ ।

ଡିପ୍ରେସନ କମ କରେ : ଧ୍ୟାନ ଆପଣଙ୍କ ଡିପ୍ରେସନକୁ କମ କରିବାରେ ସାହାଯ୍ୟ କରିଥାଏ । ଆପଣ ଧ୍ୟାନ କରିବା ଫଳରେ ନକାରାତ୍ମକ ଚିନ୍ତାଧାରାକୁ କମ କରିଥାଏ ଯାହା ଡିପ୍ରେସନ ଏବଂ ଷ୍ଟ୍ରେସକୁ କମ କରିଥାଏ । ସେଥିପାଇଁ ଯେଉଁମାନେ ରାତିରେ ନିଦ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେମାନେ ରାତିରେ ଧ୍ୟାନ କରିବା ଉଚିତ ।

Spread the love