ମୋଦିଙ୍କୁ ଭେଟିବେ ବାଇଡେନ୍‌

ୱାଶିଂଟନ୍‌: ଜାପାନରେ ଦୁଇ ନେତା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ବାଇଡେନ ଆସନ୍ତା ସପ୍ତାହରେ କ୍ୱାଡ୍‌ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଜାପାନ ଗସ୍ତ କରି​‌ବେ । ସେହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିବେ ବୋଲି ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସିଲିଭାନ୍‌ କହିଛନ୍ତି ।ଏହି ସାକ୍ଷାତ​‌ରେ ଦୁଇ ନେତା ଦେଶର ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିବେ ବୋଲି କୁହାଯାଇଛି । ତାହାସହ ଅଷ୍ଟ୍ରେଲିଆ, ଭାରତ, ଜାପାନ ଏବଂ ଆମେରିକା (ଯୁକ୍ତରାଷ୍ଟ୍ର) ସହିତ ଗଠିତ କ୍ୱାଡ୍‌ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ପ୍ରଶାସନର ଏକ ବଡ଼ ପଦକ୍ଷେପ ଥିଲା ।

 

Spread the love