ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଗଜପତି

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ସ୍ଥାୟୀ ସଭାପତି ତଥା ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ, ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଏବଂ ଜିଲ୍ଲାପାଳ ସମର୍ଥ ବର୍ମା ଗତକାଲି ଗୋବର୍ଦ୍ଧନ ପୀଠକୁ ଯାଇ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିଛନ୍ତି। ପରିକ୍ରମା ମାର୍ଗ ତଥା ଐତିହ୍ୟ କରିଡର ସମ୍ପର୍କରେ ସେମାନେ ଶଙ୍କରାଚାର୍ଯ୍ୟଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ମନ୍ଦିର ପ୍ରଶାସନ ପକ୍ଷରୁ ପରିକ୍ରମା ମାର୍ଗ ନକ୍ସା ଶଙ୍କରାଚାର୍ଯ୍ୟଙ୍କୁ ଦେଖାଇବା ସହ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଅବଗତ କରାଯାଇଛି। ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଗଜପତି ମହାରାଜା ଏବଂ ମୁଖ୍ୟ ପ୍ରଶାସକ ଗତକାଲି ସନ୍ଧ୍ୟାରେ ଶଙ୍କରାଚାର୍ଯ୍ୟଙ୍କ ସହ ରୁଦ୍ଧଦ୍ବାର ଆଲୋଚନା କରିଛନ୍ତି।  ପରିକ୍ରମା ମାର୍ଗ ନିର୍ମାଣ ସମୟରେ ଶ୍ରୀମନ୍ଦିରର ସୁରକ୍ଷା ପ୍ରତି ଗୁରୁତ୍ବ ଦିଆଯାଉଥିବା ମୁଖ୍ୟ ପ୍ରଶାସକ ଶ୍ରୀ ଯାଦବ ବୈଠକରେ ପ୍ରକାଶ କରିଥିଲେ। ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସୁଥିବା ଭକ୍ତଙ୍କ ଉଦେଶ୍ୟରେ ଶୌଚାଳୟ, ଜିନିଷ ରଖିବା ଘର, ବିଶ୍ରାମସ୍ଥଳ, ଅଭ୍ୟର୍ଥନା ପ୍ରକୋଷ୍ଠ ଏବଂ ବିଦ୍ୟୁତ ଯୋଗାଣ କେନ୍ଦ୍ର ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ନିର୍ମାଣ କରାଯାଉଥିବା ପ୍ରଶାସନ ପକ୍ଷରୁ ଶଙ୍କରାଚାର୍ଯ୍ୟଙ୍କୁ ସୂଚନା ଦିଆଯାଇଛି।

Spread the love