ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କଲେ ସୁବ୍ରମଣ୍ୟମ ସ୍ୱାମୀ

ପୁରୀ : ପୂର୍ବତନ ରାଜ୍ୟସଭା ସଦସ୍ୟ ସୁବ୍ରମଣ୍ୟମ ସ୍ୱାମୀ ପୁରୀ ଆସି ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିଛନ୍ତି । ସୁବ୍ରମଣ୍ୟମ ସ୍ୱାମୀ ଗୋବର୍ଦ୍ଧନ ପୀଠରେ ପ୍ରାୟ ଏକ ଘଣ୍ଟା ବିତାଇବା ସହ ଶଙ୍କରାଚାର୍ଯ୍ୟଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଭାରତ ସହ ଅନ୍ତର୍ଜାତୀୟ ସୀମା ବିବାଦ ଓ ଚୀନ ସହ ସମ୍ପର୍କକୁ ନେଇ ମଧ୍ୟ ଆଲୋଚନା କରାଯାଇଥିଲା ।ସେହିପରି ଧର୍ମପୀଠ ଗୁଡିକର ସୁରକ୍ଷା ପାଇଁ ମଧ୍ୟ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଥିଲେ । ରାଜ୍ୟ ଓ କେନ୍ଦ୍ର ସରକାର ଧର୍ମପୀଠ ଗୁଡିକର ସୁରକ୍ଷା ପାଇଁ ମଧ୍ୟ କାର୍ଯ୍ୟ କରୁ ବୋଲି ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଥିଲେ । କେରଳର ପଦ୍ମନାଭ ସ୍ଵାମୀ ମନ୍ଦିରକୁ ଆସିବା ପାଇଁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରିଛନ୍ତି ସୁବ୍ରମଣ୍ୟମ ସ୍ୱାମୀ ।

Spread the love