ରାଷ୍ଟ୍ରପତିଙ୍କୁ ଭେଟିଲେ କଂଗ୍ରେସର ଏକ ପ୍ରତିନିଧି ଦଳ

ନୂଆଦିଲ୍ଲୀ  : କଂଗ୍ରେସର ବରିଷ୍ଠ ନେତାଙ୍କ ଏକ ପ୍ରତିନିଧୀ ଦଳ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ତାଙ୍କ ସମ୍ମୁଖରେ ଏହି ପ୍ରତିନିଧି ଦଳ ୨ଟି ପ୍ରସଙ୍ଗ ଉଠାଇଛନ୍ତି। ପ୍ରଥମଟି ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଜେରାକୁ ନେଇ ହୋଇଥିବା ବିରୋଧ ପ୍ରଦର୍ଶନ ସମୟରେ କେତେକ କଂଗ୍ରେସ ଏମ୍‌ପିଙ୍କ ସହ ଦିଲ୍ଲୀ ପୋଲିସର ଦୁର୍ବ୍ୟବହାର ଏବଂ ଦ୍ୱିତୀୟଟି ହେଉଛି ଅଗ୍ନିପଥ ଯୋଜନା ପ୍ରସଙ୍ଗ। ଏହି ପ୍ରତିନିଧୀ ଦଳରେ ରାଜ୍ୟ ସଭାର ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖର୍ଗେ, ଲୋକ ସଭାର କଂଗ୍ରେସ ନେତା ଆଧୀର ରଂଜନ ଚୌଧୁରୀ, ବରିଷ୍ଠ ନେତା ପି.ଚିଦାମ୍ବରମ, ଜୟରାମ ରମେଶ ଏବଂ ଅନ୍ୟାନ୍ୟ ନେତା ସାମିଲ ହୋଇଥିଲେ। ଏହି ବୈଠକ ପରେ କଂଗ୍ରେସ ନେତା ଖର୍ଗେ କହିଛନ୍ତି, ଆମର ଏକ ୭ଜଣିଆ ଟିମ୍‌ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ୨ଟି ପ୍ରସଙ୍ଗ ଉଠାଇଛନ୍ତି। ଏଥିସହ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଏଥିସହ ଖର୍ଗେ କହିଛନ୍ତି, ସରକାର କାହାକୁ ନ ପଚାରି ଏହି ଯୋଜନା ଆଣିଛନ୍ତି। ଏହି ଯୋଜନା କାହା ସହିତ ଆଲୋଚନା କରାଯାଇ ନ ଥିଲା। ଏହା ଆମର ଗଣତାନ୍ତ୍ରିକ ଅଧିକାରର ଉଲ୍ଲଂଘନ ବୋଲି ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ କହିଛନ୍ତି।

Spread the love