ସର୍ବାଧିକ ଆକ୍ରାନ୍ତ ୧୨ଟି ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍ ଯୋଗାଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

କରୋନା ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ମୁଖ୍ୟ ବାଧକ ସାଜିଛି ଅମ୍ଲଜାନ (ଅକ୍ସିଜେନ)ର ଅଭାବ। ଦୈନିକ ଅକ୍ସିଜେନ୍ ଅଭାବରୁ କରୋନା ସଂକ୍ରମିତଙ୍କ ମୃତ୍ୟୁ ନେଇ ଖବର ଆସିବା ପରେ ଆଜି ଏ ସମସ୍ୟାର ସମାଧାନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସମୀକ୍ଷା ବୈଠକ କରିଛନ୍ତି । ଏହି ସମୀକ୍ଷା ବୈଠକରେ ସର୍ବାଧିକ ଆକ୍ରାନ୍ତ ୧୨ଟି ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ଯୋଗାଣ ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ସଂକ୍ରମିତ ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଜିଲ୍ଲାଗୁଡିକର ସ୍ଥିତି ନେଇ ମୋଦୀଙ୍କୁ ଅବଗତ କରାଯାଇଥିଲା।

ତେବେ ଅମ୍ଳଜାନ ପ୍ରସ୍ତୁତ କରୁଥିବା ବିଭିନ୍ନ ପ୍ଲାଣ୍ଟ ନିଜ କ୍ଷମତା ଅନୁସାରେ ଅମ୍ଳଜାନ ଉତ୍ପାଦନ ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ସାରା ଦେଶରେ ଅକ୍ସିଜେନ ସିଲିଣ୍ଡରଗୁଡିକୁ ନେଇ ଯାଉଥିବା ଗାଡିଗୁଡିକ କିପରି ବିନା ବାଧାରେ ଯାତାୟତ କରିପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସେ । ଏହାସହ ବିଦେଶରୁ ୫୦ ହଜାର ମେଟ୍ରିକ୍ ଟନ ମେଡିକାଲ ଅକ୍ସିଜେନ କେନ୍ଦ୍ର ସରକାର ଆମଦାନି କରିବେ ବୋଲି ସୂଚନା ମିଳିଛି।

Spread the love