ମଙ୍ଗଳବାର ଭୁବନେଶ୍ବର ଆସିବେ ଭାରତୀୟ ମହିଳା ଓ ପୁରୁଷ ହକି ଟିମ୍, ଦିଆଯିବ ସ୍ବତନ୍ତ୍ର ସମ୍ବର୍ଦ୍ଧନା

ଭୁବନେଶ୍ବର ୧୬।୮: ଭୁବନେଶ୍ବର ଆସିବେ ଭାରତୀୟ ହକି ଟିମ୍ । ୧୭ ତାରିଖ ସକାଳ ୧୧ଟା ୧୦ରେ ମହିଳା ଓ ପୁରୁଷ ହକି ଦଳ ଆସି ପହଞ୍ଚିବେ । ଭୁବନେଶ୍ବର ବିମାନବନ୍ଦରରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଖେଳାଳିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେବେ। ପରେ ଖେଳାଳି ବାହାରିବେ ହୋଟେଲ ସାଣ୍ଡି ଟାଓ୍ବାର ଅଭିମୁଖେ । ବିମାନବନ୍ଦରରେ ଖେଳାଳିଙ୍କ ପାଇଁ କରାଯାଇଛି ସ୍ବତନ୍ତ୍ର ସିକ୍ୟୁରିଟି ବ୍ୟବସ୍ଥା।

ହୋଟେଲ ସ୍ୟାଣ୍ଡି ଟାଓ୍ବାରରେ ଖେଳାଳିଙ୍କ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସ୍ବାଗତ ପାଇଁ ବିଭିନ୍ନ ରକମର ଫୁଲରେ ତୋରଣ କରାଯିବା ସହ ସ୍ବତନ୍ତ୍ର ମେନ୍ୟୁ ମଧ୍ୟ ପ୍ରସ୍ତୁତ କରାଯାଇଛି । ଖାଲି ସେତିକି ନୁହେଁ ଖେଳାଳିଙ୍କ ହୋଟେଲ ରୁମକୁ ମଧ୍ୟ ସୁନ୍ଦର ଭାବେ ସଜାଯାଇଛି, କିଚେନରେ ଚାଲିଛି ଖାଦ୍ୟ ପ୍ରସ୍ତୁତିର ସଜବାଜ । ପୁରା ହୋଟେଲକୁ ଖେଳାଳିଙ୍କ ସ୍ବାଗତ ପାଇଁ ସ୍ବତନ୍ତ୍ର ଭାବେ ସଜାଯାଇଛି ।

ସେପଟେ ହୋଟେଲ ବୟଙ୍କଠାରୁ ଆରମ୍ଭ କରି ଓ୍ବେଟର ପର୍ଯ୍ୟନ୍ତ ସିନିୟର ଫାକଲଟି ସମସ୍ତେ ବଡ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଆଗରୁ ଖେଳାଳି ସ୍ୟାଣ୍ଡି ଟାଓ୍ବାରରେ ରହିସାରିଛନ୍ତି । କିନ୍ତୁ ଏଥର ଖେଳାଳିଙ୍କ ରହଣି ଟିକିଏ ନିଆରା । ଟୋକିଓ ଅଲିମ୍ପିକରେ ଗ୍ରେଟ୍ ବ୍ରିଟେନକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଥିଲା ଟିମ୍ ଇଣ୍ଡିଆ। ତେବେ ଖେଳାଳିଙ୍କ ପାଇଁ ରେଷ୍ଟୁରାଣ୍ଟ ଜିନିଆରେ ମେନ୍ୟୁରେ ଦିଆଯାଇଛି ସ୍ବତନ୍ତ୍ର ଧ୍ୟାନ । କ୍ୟାପଟେନ୍ ମନପ୍ରୀତଙ୍କ ପ୍ରଥମ ପସନ୍ଦ ଗାରଲିକ୍ ନାନ୍ ଓ ମଟନ୍ ବିରିୟାନୀ । ଏହାସହ ମିଠାରେ ପ୍ରଥମ ପସନ୍ଦ ଛେନାପୋଡ ।

ବାଇଟ

ଲଞ୍ଚ୍ କରିବା ପରେ ସନ୍ଧ୍ୟାରେ ଲୋକସେବା ଭବନର କନଭେନସନରେ ଦିଆଯିବ ସ୍ବତନ୍ତ୍ର ସମ୍ବର୍ଦ୍ଧନା । ପରେ ପରେ ମୁଖ୍ୟମନ୍ତ୍ରୀଙ୍କ ନୈଶ୍ୟ ଭୋଜିରେ ସାମିଲ ହେବେ ହକି ଖେଳାଳି । ୧୮ ତାରିଖ ସକାଳ ୮ଟା ୩୦ରେ ଦିଲ୍ଲୀ ଯିବେ ଖେଳାଳି ।

Spread the love