ସର୍ବାଧିକ ପୁରୁଷଙ୍କ ପାଖରେ ନାହାଁନ୍ତି ଘନିଷ୍ଠ ବନ୍ଧୁ: ବିଶେଷଜ୍ଞଙ୍କ ଅଧ୍ୟୟନ

ବନ୍ଧୁତା ତାକୁ କୁହାଯାଏ ନାହିଁ ଯେ, କି କିଛି ସମୟ ତୁମସହ ବିତାଇବା ପରେ ସଂପର୍କ ତୁଟାଇ ଦିଏ । ବନ୍ଧୁ ସିଏ ମଧ୍ୟ ନୁହେଁ ଯାହା ପାଖରେ ନିଜ ମନର କଥା କହିବାକୁ ଇଚ୍ଛା ହୋଇ ନଥାଏ । ସେମାନଙ୍କୁ ମଧ୍ୟ ବନ୍ଧୁ କୁହାଯାଇପାରିବ ନାହିଁ ଯାହାଙ୍କ ସହ ଆମେ ସ୍କୁଲରେ ଲଂଚ କରୁଥିଲେ ବା ସାଥୀରେ ବସୁଥିଲେ । ସେମାନଙ୍କୁ ମଧ୍ୟ ବନ୍ଧୁ କୁହାଯାଇପାରିବ ନାହିଁ ଯେ କି, ଅଫିସରେ ସାଥୀ ହୋଇ କାର୍ଯ୍ୟ କରନ୍ତି । ହଁ ବନ୍ଧୁ ସେହିମାନଙ୍କୁ କୁହାଯିବ ଯାହାଙ୍କୁ ଆମେ ସୁବିଧା ଅସୁବିଧା ବେଳେ ପ୍ରଥମେ ମନେ ପକାଇଥାଉ । ହଁ ଆମ ମନଭିତରେ ବିଶ୍ୱାସ ଥାଏ କି ତାଙ୍କୁ ଆମେ ଆମର ଅସୁବିଧା ଜଣାଇଲେ ଅସୁବିଧା ଦୂର ହୋଇପାରିବ । ଆପଣମାନେ ନିଶ୍ଚିନ୍ତ ଭାବେ ଅନୁଭବ କରୁଥିବେ କି ବୟସ ବଢିବା ସାଂଗେ ସାଂଗେ ବନ୍ଧୁମାନଙ୍କର ସଂଖ୍ୟା କମିଥାଏ । ଅର୍ଥାତ ବୟସ ବଢିବା ସହ ତାଲିକାରୁ ସାଂଗମାନଙ୍କ ନାମ ଧିରେ ଧିରେ କମିଥାଏ । ଏକ ଅଧ୍ୟୟନରୁ ଜଣାପଡିଛି କି, ନିକଟତର ଓ ବିଶ୍ୱସ୍ଥ ବନ୍ଧୁଙ୍କ ସଂଖ୍ୟା ପୁରୁଷଙ୍କ ନିକଟରେ କମ୍ ଥାଏ । ସର୍ଭେ ସେଣ୍ଟର ଅନ୍ ଆମେରିକାନ ଲାଇଫର ସର୍ଭେ ମୁତାବକ ଜଣେ ବୟସ୍କ ପୁରୁଷଙ୍କ ପାଇଁ ବିଶ୍ୱସ୍ଥ ବନ୍ଧୁଟିଏ ବନାଇବା ଓ ବନ୍ଧୁତାକୁ ବଞ୍ଚାଇ ରଖିବା ମହିଳାଙ୍କ ତୁଳନାରେ ପୁରୁଷଙ୍କ ପାଇଁ କଠିନ କାମ ହୋଇଥାଏ । ବିଶ୍ୱର ଅଧାରୁ କମ୍ ପୁରୁଷ ନିଜର ମନର କଥା କହିବାକୁ ଯାଇ କହିଥାନ୍ତି ଯେ ସେ ତାଙ୍କ ବନ୍ଧୁଙ୍କ ଉପରେ ସନ୍ତୋଷ୍ଟ ଅଛନ୍ତି ।

କେବଳ ୫ ଜଣରୁ ଜଣେ ପୁରୁଷ କହିଥାନ୍ତି କି ସେ ତାଙ୍କ ବନ୍ଧୁଙ୍କ ଠାରୁ ଭାବନାତ୍ମକ ସହଯୋଗ ପାଇଥାନ୍ତି । ହେଲେ ମହିଳାଙ୍କ କ୍ଷେତ୍ରରେ ଏହି କଥା ୫ଜଣରୁ ୨ ଜଣ ମହିଳା କହିଥାନ୍ତି । କାଲିଫର୍ଣ୍ଣିଆର ଷ୍ଟେନଫୋର୍ଡ ବିଶ୍ୱବିଦ୍ୟାଳୟରେ ପୁରୁଷଙ୍କ ସାଇକୋଲୋଜୀ ଡେଭଲପମେଣ୍ଟ ପଢାଉଥିବା ପ୍ରଫେସର ୟୀ ଚୁଙ୍ଗ ଚୁ କହିଛନ୍ତି କି ପୁରୁଷମାନଙ୍କ କ୍ଷେତ୍ରରେ ବନ୍ଧୁତା କମିବା କିଶୋର ଅବସ୍ଥାରୁ ମଧ୍ୟ ଅବସ୍ଥା ମଧ୍ୟରେ ଘଟିଥାଏ । ଏହାସହ ପୁରୁଷଙ୍କ ମଧ୍ୟରେ ଥିବା ବନ୍ଧୁତାର ଗଭୀରତା ମହିଳାମାନଙ୍କ ତୁଳାନରେ କମ୍ ।

ନ୍ୟୁୟର୍କ ୟୁନିଭରସିଟିରେ ସାଇକୋଲୋଜୀ ପ୍ରଫେସର ଡ.ନିଓବ କହିଛନ୍ତି କି ଏକ ନିର୍ଦ୍ଦିଷ୍ଟ ସମୟ ପରେ ପୁରୁଷମାନେ ଭାବପ୍ରବଣତା ଠାରୁ ବିଛିନ୍ନ ହୋଇଥାନ୍ତି । ଏହି ସମୟରେ ସମସ୍ତ ପୁରୁଷମାନେ ଆଗ୍ରହ କରିଥାନ୍ତି କି ସେମାନଙ୍କ ନିକଟରେ ଭଲ ଓ ନିକଟତର ବନ୍ଧୁ କମ ରୁହନ୍ତୁ । ସେ ଆହୁରି କହିଛନ୍ତି କି ବିଶ୍ୱସ୍ଥ ବନ୍ଧୁ ଆମର ମାନସିକ ଶାରୀରିକ ସୁସ୍ଥତା ପାଇଁ ନିହାତି ଆବଶ୍ୟକ । ସେପଟେ ସମାଜରେ ପୁରୁଷର ସଂରଚନା ଏକ କଠିନ ବ୍ୟକ୍ତିଭାବେ କରାଯାଇଛି । ସେହିସ୍ଥଳେ ମହିଳାମାନଙ୍କ ସଂରଚନା ସମାଜରେ ଏକ କୋମଳ ବ୍ୟକ୍ତିଭାବେ କରାଯାଇଛି । ପୁରୁଷମାନଙ୍କର ଏହି କଠିନ ସ୍ୱଭାବ ନିଜର ବିଶ୍ୱସ୍ଥ ବନ୍ଧୁ ସଂପର୍କକୁ ବଞ୍ଚାଇ ରଖିବାରେ ବାଧକ ସାଜିଥାଏ ।

ନ୍ୟୁ ଜର୍ସିର ରିଡବୁଡ ଠାରେ ରହୁଥିବା ଜଣେ ସାଇକୋଲୋଜୀର ଡାକ୍ତର ଫ୍ରେଙ୍କ ସାଝାଲିଆ କହିଛନ୍ତି କି, ଯେଭଳି ଭାବେ ଜଣେ ପୁରୁଷ ନିଜର ଭବିଷ୍ୟତକୁ ସଫଳ କରିବା ଓ ନିଜର ପରିବାରକୁ ଚଳାଇବା ଉପରେ ଧ୍ୟାନ ଦେଇଥାଏ ସେହିଭଳି ବନ୍ଧୁତାକୁ ମଜବୁତ କରିବା ଓ ବିଶ୍ୱସ୍ଥ ବନ୍ଧୁ ତିଆରି କରିବା ଉପରେ ଧ୍ୟାନ ଦେବା ଆବଶ୍ୟକ ।

Spread the love