ଇମ୍ରାନ ମାନସିକ ଭାବେ ଅସୁସ୍ଥ: ପାକ୍ ସେନା

ଇସ୍‌ଲାମାବାଦ୍‌ : ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମାନସିକ ରୁଗ୍‌ଣ ଅଛନ୍ତି ବୋଲି ପାକିସ୍ତାନ ସେନା କହିଛି । ଇଣ୍ଟର ସର୍ଭିସେସ୍ ପବ୍ଲିକ୍ ରିଲେସନ (ଆଇଏସ୍‌ପିଆର୍‌) ନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଚୌଧୁରୀ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଇମ୍ରାନ ଏବେ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବିପଦ ଭାବ ଉଭା ହୋଇଛନ୍ତି । ଚିଫ୍ ଅଫ୍ ଡିଫେନ୍ସ ଫୋର୍ସେସ ମୁଖ୍ୟ କାର୍ଯ୍ୟାଳୟର ଉଦ୍‌ଘାଟନ ପରେ ହିଁ ଏହି ସାମ୍ଭାଦିକ ସମ୍ମିଳନୀରେ ଆୟୋଜନ କରାଯାଇଥିଲା । ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସେ ଇମ୍ରାନକୁ ସମାଲୋଚନା କରିଥିଲେ । ସେ ଜାଣିଶୁଣି ସେନା ବିପକ୍ଷରେ ମିଛ ଗୁଜବ ପ୍ରଚାର କରିବାକୁ ପ୍ରୟାଶ କରୁଛନ୍ତି । ସେ ଇମ୍ରାନଙ୍କ ଟୁଇଟ୍ ଦେଖାଇ ଏହି କଥା କହିଛନ୍ତି । ସେନା ରାଜନୀତ ଭିତରକୁ ନ ନେବାକୁ ଚୌଧୁରୀ ପରାମର୍ଶ ଦେଇଛନ୍ତି । ଇମ୍ରାନ ସମ୍ବିଧାନଠାରୁ ନିଜର ବ୍ୟକ୍ତିଗତ ଲାଭକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ସେ ନିଜକୁ ବହୁତ ବଡ଼ ଭାବୁଛନ୍ତି । ଯଦି ମୁଁ ନାହିଁ ତ, କିଛି ନାହିଁ ବୋଲି ଇମ୍ରାନ ଭାବୁଛନ୍ତି । ସେ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଏବେ ବିପଦ ସୃଷ୍ଟି କରିଛନ୍ତି ବୋଲି ଚୌଧୁରୀ କହିଛନ୍ତି ।

Spread the love