ଗୋଟିଏ ଗୋତ୍ରରେ କ’ଣ ପାଇଁ କରାଯାଏ ନାହିଁ ବିବାହ, ଜାଣନ୍ତୁ କାରଣ

ଆମ ଶାସ୍ତ୍ରରେ ଗୋତ୍ରର ବହୁତ ମହତ୍ତ୍ବ ରହିଛିି। ଖାସ୍‌ କରି ପୂଜାପାଠ ଏବଂ ବିବାହ ସମୟରେ ଗୋତ୍ର ବିଷୟରେ ଜାଣି ରଖିବା ନିହାତି ଜରୁରୀ। ହିନ୍ଦୁୁପ୍ରଥା ଅନୁସାରେ ଯଦି କାହାକୁ ବିବାହ କରୁଛନ୍ତି ତେବେ ଗୋତ୍ର ନ ଜାଣି କରନ୍ତୁ ନାହିଁ। ଯଦି ଝିଅ ଏବଂ ପୁଅ ଗୋଟିଏ ଗୋତ୍ରର ହୋଇଥାଆନ୍ତି ତେବେ ବିବାହ ହୋଇ ନ ଥାଏ। ଆସନ୍ତୁ ଜାଣିବା କାହିଁକି ଗୋତ୍ରକୁ ଆମ ସମାଜରେ ଏତେ ମହତ୍ତ୍ବ ଦିଆଯାଇଥାଏ।

ହିନ୍ଦୁୁଧର୍ମରେ ଯଦି ଗୋଟିଏ ଗୋତ୍ରର ପୁଅ ଏବଂ ଝିଅହୋଇ ଥାଆନ୍ତି ତେବେ ସେମାନଙ୍କ ବିବାହ ହୋଇ ନ ଥାଏ କାରଣ ଆମ ଧର୍ମରେ ଗୋଟିଏ ଗୋତ୍ରରେ ଲୋକେ ଭାଇ ଭଉଣୀ
ଗଣା ଯାଆନ୍ତି। ଏଥିପାଇଁ ସେମାନେ ସ୍ବାମୀ ସ୍ତ୍ରୀ ହୋଇପାରିବେ ନାହିଁ। ଯଦି ଗୋଟିଏ ଗୋତ୍ରରେ ବିବାହ କରୁଛନ୍ତି ତେବେ ଜନ୍ମିତ ସନ୍ତାନ ଭିତରେ କିଛି ବିକୃତି ଆସିଥାଏ ବୋଲି ବିଶ୍ୱାସ ରହିଛି। ଏଥିପାଇଁ ଗୋଟିଏ ଗୋତ୍ରରେ ବିବା ହ କରାଯାଇ ନ ଥାଏ।

ହିନ୍ଦୁଧର୍ମରେ ଯେତେବେଳେ ପୁଅ ଝିଅଙ୍କ ବିବାହ କରାଯାଇଥାଏ ସେତେବେଳେ ଗୋଟିଏ ନୁହେଁ ୩ଟି ଗୋତ୍ରକୁ ଛାଡ଼ି ବିବାହ କରାଯାଇଥାଏ। ମାଆ-ବାପା ଏବଂ ଜେଜେମାଆଙ୍କ ଗୋତ୍ରକୁ ଛାଡ଼ିବା ପରେ ଆଉ ଯେଉଁ ଗୋତ୍ର ରହିଥାଏ ସେହି ଗୋତ୍ରରେ ବିବାହ କରାଯାଇଥାଏ

Spread the love