ଦୁଇ ମହିଳା ଡାକ୍ତର ହେବେ ଜୀବନସାଥୀ

ମହାରାଷ୍ଟ୍ରର ନାଗରପୁରରେ ଏକ ନିଆରା ନିର୍ବନ୍ଧ ହୋଇଥିବା ଦେଖିବାକୁ ମିଳିଛି।  ଦୁଇଜଣ ମହିଳା ଡାକ୍ତର ସାରାଜୀବନ ପାଇଁ ସାଥୀ ହୋଇ ରହିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ଦେଶରେ ସମଲିଙ୍ଗି ବିବାହର ଅନେକ ଉଦାହରଣ ଆମ ସାମ୍ନାକୁ ଆସିଛି। ଏହା ଏକ ସଦ୍ୟ ମାମଲା ।  ସୂଚନା ମୁତାବକ ପରୋମିତା ମୁଖାର୍ଜୀ ଓ ସୁରଭି ମିତ୍ରା ନାମକ ଦୁଇଜଣ ମହିଳା ଡାକ୍ତର ପରଷ୍ପରକୁ ସମଲିଙ୍ଗୀ ବିବାହ କରିବାକୁ ଯାଉଛନ୍ତି। ଦୁଇଜଣଙ୍କ ମଧ୍ୟରୁ ଡାକ୍ତର ପରୋମିତା ମୁଖାର୍ଜୀ କହିଛନ୍ତି  ଏ ସମ୍ପର୍କକୁ ଆମେ ସାରା ଜୀବନ ପ୍ରତିଶୃତି ବୋଲି କହି ପାରିବା। ଆମେ ଦୁଇଜଣ ଗୋଆରେ ବିବାହ କରିବା ବୋଲି ଯୋଜନା କରୁଛୁ।     

ପରମିତା କହିଛନ୍ତି “ମୋ ବାପା ୨୦୧୩ ମସିହାରୁ ମୋର ଲିଙ୍ଗଗତ ପସନ୍ଦ ବିଷୟରେ ଜାଣିଥିଲେ । କିନ୍ତୁ ମୋ ମାଆଙ୍କୁ ଯେତେବେଳେ  ମୋ ବିବାହ କଥା କହିଲି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ ପରେ ସେ ରାଜି ହୋଇଗଲେ । କାରଣ ସେ ମୋତେ ଖୁସି ଦେଖିବାକୁ ଚାହୁଁଥିଲେ” ।

ଡାକ୍ତର ସୁରଭି ମିତ୍ରା କହିଛନ୍ତି “ମୋ ପରିବାର ସମଲିଙ୍ଗୀ ସମ୍ପର୍କକୁ କେବେବି ବିରୋଧ କରିନାହାନ୍ତି। ପ୍ରକୃତରେ ମୋ ମାଆ ବାପାଙ୍କୁ ଯେତେବେଳେ ଏକଥା କହିଥିଲି ସେ ଖୁସି ହୋଇ ଯାଇଥିଲେ । ମୁଁ ଜଣେ ମାନସିକ ରୋଗ ବିଶେଷଜ୍ଞ ତେଣୁ ମୋର ଏହି ସମ୍ପର୍କକୁ ନେଇ ଅନେକ ଲୋକ ପ୍ରଶ୍ନ କରୁଛନ୍ତି । କାରଣ ସେମାନେ କୌଣସି ପରିସ୍ଥିତିରେ ତାଙ୍କ ନିଜ ମତ ପ୍ରକାଶ କରିପାରନ୍ତି ନାହିଁ”।

Spread the love