ମେ ଓ ଜୁନ ମାସରେ ହେବ ଅଧିକ ବିବାହ, ଜାଣନ୍ତୁ ଶୁଭ ବିବାହ ମୁହୂର୍ତ୍ତ

ବିବାହ କାର୍ଯ୍ୟ ଏକ ଶୁଭ କାମ ହୋଇଥିବାରୁ ଏହା ପୂର୍ବରୁ ଶୁଭ ମୁହୂର୍ତ୍ତ ପାଇଁ ସମସ୍ତେ ପଣ୍ଡିତଙ୍କ ପରାମର୍ଶ ନେଇ ଥାଆନ୍ତି । ପୁଣି ଏହି ବର୍ଷ ବିବାହ କାର୍ଯ୍ୟ ପାଇଁ ଅଧିକ ଶୁଭ ସମୟ ରହିଥିବା ଜଣା ପଡିଛି । କାରଣ ବିନା ଶୁଭ ମୁହୂର୍ତ୍ତରେ ବିବାହ କାର୍ଯ୍ୟ ହୋଇନଥାଏ। ଗୋଟେ ବର୍ଷରେ ଏମିତି କିଛି ସମୟ ଅସେ ଯେଉଁଠି ଅଧିକ ବିବାହ ସମୟ ଥାଏ ପୁଣି ଆଉ କେଉଁଠି ବିବାହ ସମୟ ନଥାଏ।
ତେବେ ହିନ୍ଦୁ ଧର୍ମରେ ବିବାହ ପାଇଁ ଶୁଭ ମହୁର୍ତ୍ତକୁ ଅଧିକ ଗୁରୁତ୍ଵ ଦିଆଯାଏ । ତେବେ ପାଲ୍ ବାଲାଜୀ ଜ୍ୟୋତିଷ ସଂସ୍ଥାର ନିର୍ଦ୍ଦେଶକ ଜ୍ୟୋତିଷ ଡ. ଅନିଶ ବ୍ୟାସ କହିଛନ୍ତି ଯେ ଏହି ମାସର ୧୧ ଜାନୁଆରୀ ଠାରୁ ଶୁକ୍ରଙ୍କର ଉଦୟ ହେବ । ପୁଣି ଗତ ୧୪ ଜାନୁଆରୀ ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଧନୁ ଠାରୁ ଆରମ୍ଭ କରି ମକର ରାଶିକୁ ଆସିଛନ୍ତି। ଯାହା ଦ୍ଵାରା ଖରାପ ସମୟ ଚାଲିଯିବ। ଏହାପରେ ସବୁ ଶୁଭ କାମ ଆରମ୍ଭ ହେବ। ଜାନୁଆରୀ ୧୫ ରୁ ମାସର ପ୍ରଥମ ବିବାହ ମୁହୂର୍ତ୍ତ ଆରମ୍ଭ ହୋଇଯାଇଛି। ଏହି ବର୍ଷ ବିବାହ ପାଇଁ ମେ ମାସ ଓ ଜୁନ୍ ମାସ ସବୁଠାରୁ ଭଲ ମାସ। କାରଣ ଏହି ଦୁଇଟି ମାସରେ ବିବାହର ଅଧିକ ଶୁଭ ମୁହୂର୍ତ୍ତ ରହିଛି ।
ଚଳିତ ବର୍ଷରେ ବସନ୍ତ ପଞ୍ଚମୀ, ଅକ୍ଷୟ ତୃତୀୟା ଓ ଦେବ ଉଠଣି ଅବୁଝ ମୁହୂର୍ତ୍ତକୁ ମିଶାଇ ବିବାହ ପାଇଁ ଏହି ବର୍ଷ ସମୁଦାୟ ୫୨ ଦିନ ଶୁଭ ସମୟ ରହିଛି । ଜାନୁଆରୀ ୧୫ ରୁ ବର୍ଷର ପ୍ରଥମ ବିବାହ ଶୁଭ ମୁହୂର୍ତ୍ତ ଆରମ୍ଭ ହୋଇ ୨୨ ଫେବୃଆରୀ ପର୍ଯ୍ୟନ୍ତ ରହିଛି ।

ଏହା ପରେ ଅପ୍ରେଲ ୧୭ରୁ ବିବାହ ପାଇଁ ଶୁଭ ମୁହୂର୍ତ୍ତ ଆରମ୍ଭ ହେବ ଯାହା ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ରହିବା । ପୁଣି ଜୁଲାଇ ୧୦ରୁ ଯେହେତୁ ଦେବା ଶୟନ କରିବେ ଓ ଚତୁର୍ମାସ ଆରମ୍ଭ ହେବ ତେଣୁ ନଭେମ୍ବର ୨୦ ପର୍ଯ୍ୟନ୍ତ କୌଣସି ବିବାହ ମୁହୂର୍ତ୍ତ ରହିବା ନାହିଁ। ଏହା ପରେ ନଭେମ୍ୱର ୨୧ ରୁ ଡିସେମ୍ବର ୧୪ ପର୍ଯ୍ୟନ୍ତ କେବଳ ୯ ଟି ଶୁଭ ବିବାହ ମୁହୂର୍ତ୍ତ ରହିବ । ତେବେ ବସନ୍ତ ପଞ୍ଚମୀକୁ ଶୁଭ ମୁହୂର୍ତ୍ତ ବୋଲି କୁହାଯାଇଛି ତେବେ ଏହି ଦିନ ମଧ୍ୟ କୌଣସି କଥା ବିଚାର ନ କରି ବିବାହ ହୋଇପାରିବ ।

ଜାଣନ୍ତୁ ଏହି ବର୍ଷରେ ବିବାହ ପାଇଁ ଥିବା ଶୁଭ ମୁହୂର୍ତ୍ତ:

୨୦୨୨ ମସିହାର ଶୁଭ ବିବାହ ତାରିଖ ହେଉଛି ଜାନୁଆରୀ ୨୨, ୨୩ ଏବଂ ୨୪
ଫେବୃଆରୀରେ ଶୁଭ ତାରିଖ ହେଉଛି ୦୪,୦୫, ୦୬,୦୭,୦୮,୧୦, ୧୮ ଓ ୧୯

ଅପ୍ରେଲ ୧୫, ୧୬, ୧୭, ୧୯, ୨୦, ୨୧, ୨୨, ୨୩, ୨୪ ଏବଂ ୨୭

ମେ ମାସରେ ୦୨, ୦୩, ୦୯, ୧୦, ୧୧, ୧୨, ୧୫, ୧୭, ୧୮, ୧୯, ୨୦, ୨୧, ୨୬, ୨୭ ଏବଂ ୩୧ ହେଇଛି ଶୁଭ ମୁହୂର୍ତ୍ତ

ଜୁନ୍ ୦୧, ୦୫, ୦୬, ୦୭, ୦୮, ୦୯, ୧୦, ୧୧, ୧୩, ୧୭, ୨୩ ଏବଂ ୨୪

ଜୁଲାଇ ୦୪, ୦୬, ୦୭, ୦୮ ଏବଂ ୦୯

ନଭେମ୍ବର ୨୫, ୨୬, ୨୮ ଏବଂ ୨୯

ଡିସେମ୍ବର ୦୧, ୦୨, ୦୪, ୦୭, ୦୮, ୦୯ ଏବଂ ୧୪ ତାରିଖ ହେଉଛି ଚଳିତ ବର୍ଷର ବିବାହ ପାଇଁ ଶୁଭ ମୁହୂର୍ତ୍ତ ।

Spread the love