ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଚର୍ଚ୍ଚିତ ଯୋଡି ଆଥିୟା ଏବଂ ରାହୁଲ

ମୁମ୍ବାଇ: ବଲିଉଡ୍ ନାୟିକା ଆଥିୟା ସେଟ୍ଟୀ ଓ କ୍ରିକେଟର୍ କେ ଏଲ୍ ରାହୁଲଙ୍କ ଲଭ୍ ଷ୍ଟୋରୀ ସଂପ୍ରତି ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଦୁଇ ଯୋଡି କେବେ ବିବାହ ବନ୍ଧନରେ ଆବଦ୍ଧ ହେବେ ତାକୁ ନେଇ ତାଙ୍କ ପ୍ରଶଂସକଙ୍କ ମହଲରେ ଅନେକ କଲ୍ପନା ଜଳ୍ପନା ଲାଗି ରହିଛି। ତେବେ ଦୁଇ ସେଲିବ୍ରିଟିଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଖୁସିର ଖବର। ଏହି ଦୁଇ ଚର୍ଚ୍ଚିତ ଯୋଡି ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

ସୁନିଲ୍ ସେଟ୍ଟୀଙ୍କ ଅଲିଅଳି କନ୍ୟା ଆଥିୟା ହେବେ ରାହୁଲଙ୍କ ଧର୍ମପତ୍ନୀ। ଦୀର୍ଘ ୩ ବର୍ଷରୁ ଦୁହେଁ ପରସ୍ପରଙ୍କୁ ଭଲ ପାଇ ଆସୁଛନ୍ତି। ବୟଫ୍ରେଣ୍ଡ୍ ରାହୁଲ୍ଙ୍କ ସଫଳ ସର୍ଜରୀ ପରେ ଏହି କପଲ ଏବେ ଜର୍ମାନୀରୁ ଇଣ୍ଡିଆ ଫେରିଛନ୍ତି। ସଦ୍ୟତମ ରିପୋର୍ଟ ଅନୁସାରେ ୩ ମାସ ମଧ୍ୟରେ ବିବାହ କରିବେ ଏହି ସେଲିବ୍ରିଟି ଯୋଡି।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ ଅଥିୟା ଓ ରାହୁଲଙ୍କ ବିବାହ ଆଗାମୀ ତିନି ମାସରେ ମୁମ୍ବାଇରେ ହେବାକୁ ଯାଉଛି। ଆଥିୟା ନିଜେ ଏହି ବିବାହ ଆୟୋଜନର ସମସ୍ତ କଥା ବୁଝୁଛନ୍ତି। ଆଥିୟାଙ୍କ ଭାଇ ଆହାନ୍ ସେଟ୍ଟୀଙ୍କ ଡେବ୍ୟୁ ଫିଲ୍ମ ତଡପ୍‌ର ସ୍କ୍ରିନିଂରେ ଦୁଇ ଲଭ୍ ବାର୍ଡସ୍ଙ୍କୁ ପ୍ରଥମଥର ଏକାଠି ଦେଖିବାକୁ ମିଳିଥିଲା।

ବଲିଉଡ ସୁନ୍ଦରୀ ଓ କ୍ରିକେଟ୍ ତାରକାଙ୍କ ପ୍ରେମ କାହାଣୀ ଓ ବିବାହ କଥାଟି ନୂଆ ନୁହେଁ। ପୂର୍ବରୁ ହ୍ୟାଣ୍ଡ୍ସମ୍ କ୍ରିକେଟର ବିରାଟ କୋହଲି ଓ ବଲିଉଡ ବ୍ୟୁଟି କୁଇନ୍ ଅନୁଷ୍କା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ୟୁବରାଜ ସିଂ ଓ ହେଜେଲ୍ , ହରଭଜନ ସିଂ ଓ ଗୀତା ବାସ୍ରା, ଜାହିର ଖାନ୍ ଓ ସାଗରିକା , ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାସା ଷ୍ଟାନ୍ କୋଭିକ୍, ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମା ଭଳି କପଲ୍ ମଧ୍ୟ ଏହି ଲିଷ୍ଟରେ ସାମିଲ ଅଛନ୍ତି।

Spread the love