ବିବାହ ପାଇଁ ଏଥର ରହିଛି ମାତ୍ର ୧୫ଟି ଶୁଭ ମୁହୂର୍ତ୍ତ: ୧୪ ରୁ ହେବ ଆରମ୍ଭ

ଜୁଲାଇ ୨୦ ତାରିଖରୁ ଚତୁର୍ମାସ ଆରମ୍ଭ ହୋଇଥିଲା। ଏହି ଦିନଠୁ ଭଗବାନ ବିଷ୍ଣୁ ଚାରି ମାସ ଯାଏଁ ପାତାଳ ଲୋକରେ ବିଶ୍ରାମ କରନ୍ତି। ଚତୁର୍ମାସ ବେଳେ କୌଣସି ଶୁଭ କାର୍ଯ୍ୟ ବା ମାଙ୍ଗଳିକ କାର୍ଯ୍ୟ ହୁଏନାହିଁ। ଚାରି ମାସ ନିଦ୍ରା ପରେ ଶ୍ରୀ ହରି ଦେବସ୍ଥାନ ଏକାଦଶୀ ଦିନ ଜାଗୃତ ହୁଅନ୍ତି। ଏହି ଦିନ ପରେ ଶୁଭ କାର୍ଯ୍ୟ ଆରମ୍ଭ ହୋଇଥାଏ। ଦେବସ୍ଥାନ ଏକାଦଶୀକୁ ବହୁତ ଶୁଭ ବୋଲି କୁହାଯାଏ। ଏହି ଦିନ ବିବାହ କିମ୍ବା ଅନ୍ୟ କୌଣସି ଶୁଭ କାର୍ଯ୍ୟ କରିବାକୁ ଶୁଭ ମୁହୂର୍ତ୍ତ ବାହାର କରିବା ଆବଶ୍ୟକ ପଡ଼ିନଥାଏ। ଏଥର ନଭେମ୍ବର ୧୪ ତାରିଖରେ ଦେବସ୍ଥାନ ଏକାଦଶୀ ପଡୁଛି। ଏହି ଦିନ ଓ ଏହାପରେ ବିବାହ ପାଇଁ ଶୁଭ ମୁହୂର୍ତ୍ତ ଖୋଲିବ। କୁଣ୍ଡଳୀ ହିସାବରେ ଲୋକେ ତାରିଖ ଶୁଭ ବାହାର କରି ପାରିବେ। ଏଥର କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀ ନଭେମ୍ବର ୧୪ ତାରିଖରେ ପଡୁଛି। ଏଥର କେବଳ ୧୫ ଦିନ ଶୁଭ ମୁହୂର୍ତ୍ତ ରହିଛି। ନଭେମ୍ବର ମାସରେ ୭ ଦିନ ଓ ଡିସେମ୍ବରରେ ୮ ଦିନ ବିବାହ ପାଇଁ ଶୁଭ ଲଗ୍ନ ରହିଛି।

ଏକାଦଶୀ ପରେ ପ୍ରଥମ ଶୁଭ ମୁହୂର୍ତ୍ତ ୧୯ ତାରିଖରେ ପଡୁଛି ଓ ଶେଷ ମୁହୂର୍ତ୍ତ ଡିସେମ୍ବର ୧୩ ତାରିଖରେ ପଡୁଛି। ଏହାପରେ ଆସନ୍ତା ବର୍ଷ ୨୦୨୨ ଜାନୁଆରୀ ୧୫ ତାରିଖରୁ ଶୁଭ ମୁହୂର୍ତ୍ତ ଆରମ୍ଭ ହେବ। ଦେବଉଠନି ଏକାଦଶୀରେ ଅବୁଝ ମୁହୂର୍ତ୍ତ ଯୋଗୁଁ ମଧ୍ୟ ଅନେକ ବିବାହ ଓ ଶୁଭ କାର୍ଯ୍ୟ ହୋଇଥାଏ।

ନଭେମ୍ବରରେ ୧୯, ୨୦, ୨୧, ୨୬, ୨୮, ୨୯ ଓ ୩୦ ତାରିଖ ଶୁଭ ମୁହୂର୍ତ୍ତ। ଡିସେମ୍ବରରେ ୧, ୨, ୫, ୬, ୭, ୧୧, ୧୨ ଓ ୧୩ ତାରିଖ ଶୁଭ ମୁହୂର୍ତ୍ତ। ଏଥର ମାତ୍ର ୧୫ ଦିନ ବିବାହ ପାଇଁ ଶୁଭ ମୁହୂର୍ତ୍ତ ରହିଛି। ଆପଣ ମଧ୍ୟ ଶୀଘ୍ର ବାହାଘର ତାରିଖ ଫାଇନାଲ କରିଦିଅନ୍ତୁ।

ବିବାହରେ ବିଳମ୍ବ ହେଉଥିଲେ କରନ୍ତୁ ଏହି ଉପାୟ –

୧. ଯଦି ଆପଣ ଶୀଘ୍ର ବିବାହ କରିବାକୁ ଚାହୁଁଛନ୍ତି କିନ୍ତୁ ଶୁଭ ମୁହୂର୍ତ୍ତ ମିଳୁନାହିଁ ତାହେଲେ ପ୍ରତ୍ୟେକ ଗୁରୁବାର କଦଳୀ ଗଛ କିମ୍ବା ଅଶ୍ୱଥ ଗଛରେ ଜଳ ଅର୍ପଣ କରନ୍ତୁ। ଏହାସହ ହଳଦୀ, ଗୁଡ ଓ ଚଣା ମଧ୍ୟ ଅର୍ପଣ କରନ୍ତୁ। ଏସବୁ ଜିନିଷକୁ ଗୋମାତାଙ୍କୁ ଦେଇଦିଅନ୍ତୁ। ଏହାଦ୍ୱାରା ବିବାହରେ ହେଉଥିବା ସମସ୍ୟା ଦୂର ହେବ।

୨. ବିବାହ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବାକୁ ୬ ମୁଖି ରୁଦ୍ରାକ୍ଷ ଧାରଣ କରିବା ଉଚିତ। ଏହାଦ୍ୱାରା ସମସ୍ୟା ଦୂର ହୋଇଥାଏ ଓ ବିବାହ ଶୀଘ୍ର ହୋଇଥାଏ।

୩. ଯଦି କୌଣସି ଯୁବତୀଙ୍କର ବିବାହରେ ବିଳମ୍ବ ହେଉଥାଏ ତାହେଲେ ଅନ୍ୟ କୌଣସି ଯୁବତୀଙ୍କ ବାହାଘରରେ କନ୍ୟା ସହ ମେହେନ୍ଦି ଲଗାନ୍ତୁ। ଏହାଦ୍ୱାରା ବିବାହ ଶୀଘ୍ର ହେବାର ସମ୍ଭାବନା ଥାଏ।

Spread the love