ଷ୍ଟେଜ ଉପରେ ବରର ବ୍ୟବହାରରେ ଦେଖି ବାହା ହେବାକୁ ମନା କଲା କନ୍ୟା

ବିବାହ ସମୟରେ ବର ପକ୍ଷ ହେଉ କି କନ୍ୟା ପକ୍ଷ ହେଉ କିଛି ବିବାଦ ସୃଷ୍ଟି ହେଲେ ବିବାହ ଭାଙ୍ଗିବାରେ ବେଶି ସମୟ ଲାଗେ ନାହିଁ। ବିବାହ ସମୟରେ ବର ଯାତ୍ରୀରେ ଛୋଟ ଛୋଟ କଥାକୁ ନେଇ ବଡ ବିବାଦ ସୃଷ୍ଟି ହୁଏ। କେତେ ବେଳେ ବିବାହ  ଭାଙ୍ଗିବା ପର୍ଯ୍ୟନ୍ତ କଥା ଚାଲି ଯାଏ ଜଣା ପଡେ ନାହିଁ। ଏହି ପରି ଆପଣ ଅନେକ ଘଟଣା ଦେଖିଥିବେ। ତେବେ ବରର ବ୍ୟବହାର ଦେଖି କନ୍ୟା ବିବାହ କରିବାକୁ ମନା କରିବା ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଅରୈୟାରେ। ଜୟମାଳା ସମୟରେ ବରର ବ୍ୟବହାର ଦେଖି କ୍ରୋଧିତ କନ୍ୟା ଘଟଣାସ୍ଥଳରେ ହିଁ ବିବାହ କରିବାକୁ ସ୍ପଷ୍ଟ ମନା କରି ଦେଇଛନ୍ତି।

ଏହି ଘଟଣା ଅରୈୟା ଜିଲ୍ଲାର ବିଥୁନା କୋତବାଲିର ନବୀନ ବସ୍ତିର। ଏଠାରେ ବରଯାତ୍ରୀ ନେଇ ପହଞ୍ଚିଥିବା ବରର ପରିବାର ଲୋକଙ୍କୁ ନିଜ ପୁଅର ବ୍ୟବହାର ପାଇଁ ଲଜ୍ଜିତ ହେବାକୁ ପଡିଛି। ଏପରିକି କାନମୁଣ୍ଡ ଆଉଁସି ଖାଲି ହାତରେ ଫେରିବାକୁ ପଡିଛି।

ସୂଚନା ଅନୁଯାୟୀ, କନ୍ୟା ପରମ୍ପରା ଅନୁସାରେ ବରର ବେକରେ ବରମାଳା ପକାଇବା ପରିବର୍ତ୍ତେ ଏହାକୁ ଫିଙ୍ଗି ବିବାହ ନକରିବାକୁ ନିଷ୍ପତ୍ତି ନେଇଥିଲେ। କୁହାଯାଉଛି କନ୍ୟା ବରର ବ୍ୟବହାରରେ ଅତିଷ୍ଠ ହୋଇ ବିବାହ କରିବାକୁ ମନା କରି ଦେଇଛନ୍ତି। ଏହା ଦେଖି ବିବାହରେ ଉପସ୍ଥିତ ସମସ୍ତେ ସ୍ତବ୍ଧ ହୋଇ ଯାଇଛନ୍ତି। ଏହା ପରେ ଉଭୟ ପକ୍ଷର ପରିବାର ଲୋକଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଛି। ମାମଲା ଏତେ ବିଗିଡିଗଲା ଯେ, ପରେ ପୋଲିସକୁ ଡକାଇବାକୁ ପଡିଥିଲା।

ଏହି ସମୟରେ ପରିବାର ଲୋକେ କନ୍ୟାକୁ ବିବାହ କରିବାକୁ ମନାଇବାକୁ ବହୁ ଚେଷ୍ଟା କରିଥିଲେ। ହେଲେ କନ୍ୟା ବିବାହ ନିକରିବାକୁ ନିଜ ଜିଦରେ ଅଟଳ ଥିଲେ। ଉପାୟ ଶୂନ୍ୟ ଝିଅ ଘର ପକ୍ଷ ଏବଂ ପୁଅ ଉଭୟ ପକ୍ଷ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ବିବାଦର ସମାଧାନ  ପାଇଁ ପୋଲିସକୁ ଡକାଯାଇଥିଲା। ସମସ୍ତ ପକ୍ଷଙ୍କ ଉପସ୍ଥିତିରେ କନ୍ୟାକୁ ମନେଇବାରେ ବିଫଳ ହେବା ପରେ ଉଭୟ ପରିବାର ପରସ୍ପରକୁ ଦେଇଥିବା ଉପହାର ଫେରାଇ ନେଇଥିଲେ।

Spread the love