୨୮ତାରିଖରେ ପ୍ରବଳ ବର୍ଷିବ

ଘୂର୍ଣ୍ଣିବଳକ ପ୍ରଭାବରେ ରାଜ୍ୟରେ ବର୍ଷା। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ପ୍ରଭାବରେ ଉପକୂଳ ଓ଼ଡିଶାର ଅଧିକାଂଶ ସ୍ଥାନ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। କାଲିଠାରୁ ବଢିବ ବର୍ଷାର ବିସ୍ତୃତି । ୨୮ତାରିଖରେ ପ୍ରବଳ ବର୍ଷା ନେଇ ୪ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି ଓ କୋରାପୁଟକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବିଜୁଳି ସହ ଘଡ଼ଘଡ଼ି ପାଇଁ ୧୯ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆଜି ମଧ୍ୟାହ୍ନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାରେ ବୁଡିଛି ରାଜଧାନୀ ଭୁବନେଶ୍ୱର। ବିଭିନ୍ନ ସ୍ଥାନରେ ଉପୁଜିଥିଲା ଜଳବନ୍ଦୀ ସମସ୍ୟା। ରାସ୍ତା ଘାଟରେ ଯାତାୟତ ଠପ୍‌ ହୋଇଯାଇଥିଲା। …କୋରାପୁଟରେ ପ୍ରବଳ ଘଡ଼ଘଡି ସହ ବର୍ଷା ଲାଗିରହିଛି। ପ୍ରବଳ ଜୋରରେ ପବନ ମଧ୍ୟ ବୋହୁଛି। ଫଳରେ ବିଦ୍ୟୁତ୍‌ ସରବରାହ ବିଛିନ୍ନ ହୋଇଯାଇଛି।

Spread the love