ବଜେଟ ବୁକଲେଟର କଭର ପେଜରେ ଗାନ୍ଧୀଙ୍କ ହତ୍ୟାର ଫଟୋ ଛାପିଲା କେରଳ

ଆଜି କେରଳ ସରକାର ବଜେଟ ଉପସ୍ଥାପନ କରିଛି। ବଜେଟ ବୁକଲେଟର କଭର ପେଜରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟା ବେଳର ଏକ ସ୍କେଚ ଛାପିଛନ୍ତି କେରଳ ସରକାର। କେରଳ ଅର୍ଥମନ୍ତ୍ରୀ ଥମାସ ଆଇଜାକ କହିଛନ୍ତି, ‘ମୋର ବଜେଟ ଉପସ୍ଥାପନ କାଗଜର କଭର ପେଜ ମଲାୟାଲି ଚିତ୍ରକାରଙ୍କ ଦ୍ୱାରା ଅଙ୍କା ଯାଇଛି। ଏହି ଚିତ୍ର ଗାନ୍ଧିଙ୍କ ହତ୍ୟା ବେଳର। ଏଭଳି ଚିତ୍ର ବଜେଟ ଅଭିଭାଷଣର କଭର ପେଜରେ ଛାପି ଗାନ୍ଧିଙ୍କ ହତ୍ୟାକାରୀକୁ ମନେ ପକାଇବାକୁ ଚେଷ୍ଟା କରାଯାଇଛି। କିଛି ଘଟଣା ପୁରୁଣା ହେବା ବେଳକୁ ଲିଭିଯାଏ। ତେଣୁ ଦ୍ୱିତୀୟ ଥର ଇତିହାସ ଲେଖିବା ବେଳକୁ ଯେମିତି କେହି ଗାନ୍ଧିଙ୍କ ହତ୍ୟାକାରୀକୁ ନଭୁଲି ଯାଆନ୍ତି ଏହାକୁ ଉଦ୍ଦେଶ୍ୟରେ ରଖି ବଜେଟ ଅଭିଭାଷଣର କଭର ପେଜରେ ଗାନ୍ଧିଙ୍କ ହତ୍ୟା ବେଳର ଫଟୋ ଛପାଯାଇଛି’ ବୋଲି ସେ କହିଛନ୍ତି। ଏହାକୁ ବିଜେପି ତରଫରୁ ବିରୋଧ କରାଯାଇଛି। ବିଜେପି ନେତା ଟମ୍ ଓ୍ୱଡକ୍କନ କହିଛନ୍ତି, କେଉଁମାନେ ମହାତ୍ମା ଗାନ୍ଧିଙ୍କ ହତ୍ୟାରେ ଖୁସି ପ୍ରକାଶ କରୁଛନ୍ତି? କେରଳ ସରକାର ଏଭଳି କଭର ପେଜ ତିଆରି କରି ତାଙ୍କ ସରକାର ସମୟରେ ଲୋକଙ୍କୁ ହତ୍ୟା କରାଯାଉଥିବା ବାବଦରେ ମନେ ପକାଇ ଦେଇଛନ୍ତି।

Spread the love