୧୫ ରେ ବଢିବ ବର୍ଷାର ପରିମାଣ

ରାଜ୍ୟରେ ଦୂର୍ବଳ ରହିଛି ମୌସୁମୀ। ପ୍ରାୟ ସପ୍ତାହେ ଧରି କାଁଭାଁ କେଉଁଠି ଘଡ଼ଘଡ଼ି ସହ ବର୍ଷା ହେଉଛି। ୧୪ ତାରିଖ ଯାଏ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ। ଟ୍ରାପ୍ ଲାଇନ ଉତ୍ତର ମୁହାଁ ଥିବାରୁ ରାଜ୍ୟରେ କମିଛି ବର୍ଷା। ତେବେ ୧୫ ତାରିଖ ପରେ ବର୍ଷାର ପରିମାଣ ଓ ବିସ୍ତୃତି ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ କେତେକ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି।

ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ପାଇଁ ୧୩ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା କାଲି ୧୨ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଥି। ୧୫ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଚଳିତ ମୌସୁମୀ ଋତୁରେ ଏଯାଏ ୬୫୩ ମିମି ବର୍ଷା ରେକର୍ଡ ହୋଇଛି। ଯାହା ସ୍ବାଭାବିକ ବୃଷ୍ଟିପାତ ୬୯୮. ୪ ମିମି ତୁଳନାରେ ୬ ପ୍ରତିଶତ କମ୍ । ଉପକୂଳ ଓଡ଼ିଶାର ଜିଲ୍ଲାମାନଙ୍କରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି।

Spread the love