ମେଥି ପାମ୍ପଡ

ଆବଶ୍ୟକ ସାମଗ୍ରୀ

କସ୍ତୁରୀ ମେଥି – ୧ ବଡ ଚାମଚ
ମଇଦା – ୧୫୦ ଗ୍ରାମ୍‌
ଅଦା – ଅଳ୍ପ ଖଣ୍ଡ
କଞ୍ଚା ଲଙ୍କା – ୬ଟି
ଜୁଆଣୀ – ଏକ ଛୋଟ ଚାମଚ୍‌
ମିଠା ସୋଡା – ୧/୪ ଚାମଚ
ବେସନ – ୨୦୦ ଗ୍ରାମ୍‌
ଲୁଣ – ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

ଏକ ପାତ୍ରରେ ବେସନ ଏବଂ ମଇଦା ନେଇ ଭଲଭାବେ ମିକ୍ସ କରିଦିଅନ୍ତୁ। ଏବେ ଏଥିରେ କସ୍ତୁରୀ ମେଥି, ଲୁଣ, ଜୁଆଣୀ ଏବଂ ବଡ ଚାମଚ ତେଲ ମିଶାଇ ଦିଅନ୍ତୁ। ଏବେ ଏଥିରେ ସାମାନ୍ୟ ସୋଡା ପକାଇ ସବୁ ଜିନିଷକୁ ମିଶାଇ ଅଟା ଭଳି ଚକଟି ଦିଅନ୍ତୁ। ଆପଣ ଅଦା, ଧନିଆ ପତ୍ର ଏବଂ କଞ୍ଚା ଲଙ୍କାକୁ ପେଷ୍ଟ ବନାଇ ମଧ୍ୟ ଏଥିରେ ପକାଇ ପାରିବେ। ଏହା ସମ୍ପୂର୍ଣ୍ଣ ଭାବେ ଅପ୍ସନାଲ ଅଟେ।

ଏବେ ଚକଟି ରଖିଥିବା ମିଶ୍ରଣରୁ ଛୋଟ ଛୋଟ ଗୋଲା ବନାଇ ପୁରୀ ଭଳି ବେଲି ଦିଅନ୍ତୁ। ନଚେତ ହାତରେ ନେଇ ଚେପଟା କରିଦିଅନ୍ତୁ। କଡାରେ ତେଲ ପକାନ୍ତୁ ଏବଂ ଗୋଳଡେନ ବ୍ରାଉନ୍‌ ହେବା ପର୍ଯ୍ୟନ୍ତ ଛାଣନ୍ତୁ। ଏବେ ଆପଣଙ୍କ ଚଟପଟା ମେଥି ପାମ୍ପଡ ପ୍ରସ୍ତୁତ ହୋଇଯାଇଛି।

ଆପଣ ଏହାକୁ ଚା କଫି କିମ୍ବା କେଚଅପ୍‌ ସହିତ ବି ଖାଇପାରିବେ। ଆପଣ ଚାହିଁଲେ ଏଥିରେ ଗୋଲ ମରୀଚକୁ ବି ଦରଦରା ଗୁଣ୍ଡ କରି ପକାଇ ପାରିବେ। ଯଦି ଆପର ଓଜନ ହ୍ରାସ ପାଇଁ ଡାଏଟରେ ଅଛନ୍ତି ତାହେଲେ ଏହାକୁ ଛାଣିବା ସମୟରେ ସୋରିଷ ତେଲ କିମ୍ବା ଅଲିଭ ଅଏଲରେ ଛାଣି ଖାଇପାରିବେ।

Spread the love