ହିରୋଇନ୍ ଓ ଲିଙ୍ଗ ପରିବର୍ତ୍ତନ ଦ୍ୱନ୍ଦ୍ୱରେ ମାଟ୍ରିକ୍‌ ଆଡମିଟ୍ କାର୍ଡ

ଆରମ୍ଭ ନହେଉଣୁ ମାଟ୍ରିକ୍ ପରୀକ୍ଷାକୁ ନେଇ ଟେନ୍‌ସନ୍। ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀଙ୍କ ଆଡମିଟ୍ କାର୍ଡରେ ଭୁଲ୍ ଭଟକା। ଛାତ୍ରଙ୍କ ଜାଗାରେ ଛାତ୍ରୀ ଓ ଛାତ୍ରୀଙ୍କ ଜାଗାରେ ଛାତ୍ରଙ୍କ ଫଟୋ ଥିବା ଅଭିଯୋଗ ଆସିଛି। ଗଣଶିକ୍ଷା ମନ୍ତ୍ରୀ କିନ୍ତୁ ଏହାରି ଭିତରେ କୌଣସି ପରୀକ୍ଷାର୍ଥୀ ପରୀକ୍ଷାରୁ ବାଦ ପଡିବେନି ବୋଲି ଅଭୟ ବାଣୀ ଶୁଣାଇଛନ୍ତି । ସେହିପରି ଛାତ୍ରଙ୍କ ଆଡମିଟ୍ କାର୍ଡରେ ଅଭିନେତ୍ରୀଙ୍କ ଫଟୋ ଥିବା ଚର୍ଚ୍ଚା ହେଉଛି।

ଖାଲି ସେତିକି ନୁହେଁ ଛାତ୍ରଙ୍କ ସ୍ଥାନରେ ଛାତ୍ରୀ ଓ ଛାତ୍ରୀ ଜାଗାରେ ଛାତ୍ରଙ୍କ ଫଟୋ ମାଟ୍ରିକ୍ ପରୀକ୍ଷାକୁ ୫ଦିନ ବାକି ଥିବା ବେଳେ ନଜରକୁ ଆସିଛି। ଏଭଳି ବିଭ୍ରାଟ ମୟୂରଭଞ୍ଜ ରଘୁନାଥ ହାଇସ୍କୁଲରେ ୧୦୩ ଜଣ ଛାତ୍ରଛାତ୍ରୀଙ୍କ ଆଡମିଟ୍ କାର୍ଡରେ ତ୍ରୁଟି  ନଜରକୁ ଆସିବା ପରେ ବୋର୍ଡ କର୍ତ୍ତୃପକ୍ଷ ଆବଶ୍ୟକ ସଂଶୋଧନ କରିଛନ୍ତି। ଅ ଗଂଜାମ ଶେରଗଡ଼ ବ୍ଲକ ତାକରଡ଼ା ସହିଦ ହାଇସ୍କୁଲର ୭୨ ଜଣ ପିଲାଙ୍କ ଆଡମିଟ୍‌ କାର୍ଡରେ ବି ଭୁଲ ରହିଛି । କେଉଁ ଛାତ୍ରଙ୍କ ଆଡମିଟ୍ କାର୍ଡରେ ଛାତ୍ରୀଙ୍କ ଫଟୋ ଲାଗିଛି ତ ଆଉ କେଉଁଠି ଛାତ୍ରୀଙ୍କ ଆଡମିଟ୍ କାର୍ଡରେ ଅନ୍ୟ ସ୍କୁଲ ପରୀକ୍ଷାର୍ଥୀଙ୍କ ଫଟୋ ଲାଗିଛି ।ଏସବୁ ଘଟଣା ସାମ୍ନାକୁ ଆସିବା ପରେ ତ୍ରୁଟିରେ ସଂଶୋଧନ କରାଯାଉଥିବା  ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ଭାଇରାଲ୍  ହୋଇଥିବା ଆଡମିଟ୍ କାର୍ଡକୁ ଫେକ୍ କହିବା ସହ କେହି ବି ପରୀକ୍ଷାରୁ ବଞ୍ଚିତ ହେବେନି ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ଏସବୁ ଘଟଣା ସାମ୍ନାକୁ ଆସିବା ପରେ ତ୍ରୁଟିର ସୁଧାର ପାଇଁ ଉଦ୍ୟମ ଜାରି ରହିଛି ବୋଲି ମାଟ୍ରିକ୍ ବୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇ କହିଛନ୍ତି। ତେବେ ଏନେଇ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କିନ୍ତୁ ଅଲଗା କଥା କହିଛନ୍ତି। ସେଗୁଡ଼ିକ ଫେକ୍ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ବୋର୍ଡକୁ ବଦନାମ କରିବାକୁ ଏଭଳି ଆଡମିଟ୍ କାର୍ଡ ଭାଇରାଲ୍ କରାଯାଇଥିବା ମନ୍ତ୍ରୀ କହିଛନ୍ତି।ସେପଟେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ତୃତୀୟ ସେମିଷ୍ଟର ପ୍ରଶ୍ନପତ୍ର ଭାଇରାଲ ପରେ ବଦଳାଯାଇଛି ପ୍ରଶ୍ନପତ୍ର।  ଆଜି ତୃତୀୟ ସେମିଷ୍ଟର କେମେଷ୍ଟ୍ରି ଅନର୍ସର ଷଷ୍ଠ ପେପର ଏବଂ ଜୁଲୋଜି ଅନର୍ସର ଦ୍ୱିତୀୟ ପେପରର ପରୀକ୍ଷା ହେବାକୁ ଥିଲା ତେବେ ପରୀକ୍ଷା ପୂର୍ବରୁ ସୁନ୍ଦରଗଡ଼ରେ ମୋବାଇଲରୁ ମୋବାଇଲ ଘରୁ ବୁଲିଥିଲା ପ୍ରଶ୍ନପତ୍ର । ଏହା ଜଣାପଡ଼ିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନୂଆ ପ୍ରଶ୍ନପତ୍ର ମଗାଇ ପରୀକ୍ଷା କରିଥିଲେ। ଗତବର୍ଷ ପ୍ରଶ୍ନପତ୍ର ବାରମ୍ବାର ଭାଇରାଲ ହେବା ପରେ ଏବର୍ଷ  ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି  ଉଭୟ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ। ତେବେ ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିବା ଭଳି ଏବେଠୁ ସ୍ଥିତି ଯାହା ହେଲାଣି, ସ୍ୱଚ୍ଛ ଓ ଶୃଙ୍ଖଳିତ ପରୀକ୍ଷା ପରିଚାଳନାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି

Spread the love