ବ୍ରିଜ ଖୁଣ୍ଟ ଭାଙ୍ଗି ବାରୁ ତାଳକୁ ଖସିପଡ଼ିଲା ମେଟ୍ରୋ ଟ୍ରେନ : ଚାଲିଗଲା ଅନେକ ଜୀବନ

ନୂଆଦିଲ୍ଲୀ: କ ରୋ ନା ମହାମାରୀ ବେଳେ ଦୁର୍ଘଟଣା ଦୁଃଖକୁ ଆହୁରି ଦ୍ବିଗୁଣିତ କରିଛି। ପ୍ରକାଶ ଯେ, ମେକ୍ସିକୋ ସିଟିରେ ସୋମବାର ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମେଟ୍ରୋ ବ୍ରିଜର ଖୁଣ୍ଟି ଭୁଶୁଡି ପଡିବାରୁ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି । ୭୦ ଜଣ ଆହତ ହୋଇଛନ୍ତି ।

ଘଟଣାସ୍ଥଳରେ ପହଞ୍ଚିଥିବା ମେକ୍ସିକୋ ସିଟି ମେୟର କ୍ଲାଉଡିଆ ସିନବମ୍ କହିଛନ୍ତି ଯେ, ବ୍ରିଜ୍ ଖୁଣ୍ଟି ଭୁଶୁଡିବା କାରଣରୁ ଏହି ଦୁର୍ଘଟଣା ଘଟିଛି । ଖୁଣ୍ଟ ଭୁଶୁଡିବା କାରଣରୁ ବ୍ରିଜର ଏକ ଅଂଶ ରାସ୍ତାରେ ପଡିଯାଇଥିଲା, ଯାହା ଅନେକ କାରକୁ ପୋତି ଦେଇଥିଲା । ସ୍ଥାନୀୟ ସମୟ ରାତି ପ୍ରାୟ ୧୦ଟା ସମୟରେ ଏହି ଦୁର୍ଘଟଣା ଘଟିଛି ।

ବୈଦେଶିକ ମନ୍ତ୍ରୀ ମାର୍ସେଲୋ ଏବରାର୍ଡ ମେକ୍ସିକୋ ସିଟିର ମେୟର ଥିବାବେଳେ ଏହି ମେଟ୍ରୋ ଲାଇନ୍ ନିର୍ମାଣ କରାଯାଇଥିଲା । ଏବରାର୍ଡ ଟ୍ବିଟରରେ କହିଛନ୍ତି ଯେ, ମେଟ୍ରୋ ସହ ଯାହା ଘଟିଛି ତାହା ଅତ୍ୟନ୍ତ ଦୁଃଖଦ ଘଟଣା । ଏହି ଘଟଣାର ତଦନ୍ତ କରାଯିବା ସହ ଦୋଷୀଙ୍କୁ ଦଣ୍ଡ ଦିଆଯିବା ଉଚିତ ବୋଲି ସେ କହିଛନ୍ତି । ସାହାଯ୍ୟ ପାଇଁ ଯାହା ଆବଶ୍ୟକ ହେବ ତାହା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

Spread the love